ନିଲେଇ ପାଲି ରେ ୪୦ପ୍ରହରୀ ନାମଯଜ୍ଞ*

0

ଅତାବିରା,19/4(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନିଳେଇ ପାଳିରେ ଠାରେ ୪୦ପ୍ରହରୀ ନମଯଜ୍ଞ ସମାପନ ହୋଇଯାଇଛି। ନାମଯଜ୍ଞ ପାଇଁ ଗାଁ ପୋଖରୀ ତୁଠରେ ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନସିକ କଳସ ମୁଣ୍ଡାଇ ଯଜ୍ଞ ମଣ୍ଡପ ରେ ସ୍ଥାପନ ପରେ ବ୍ରହ୍ମା ବରଣ ହୋଇଥିବା ସୁବିଜ୍ଞ ପଣ୍ଡିତ ପ୍ରହଲ୍ଲାଦ ଶତପଥୀ ଓ ତାଙ୍କ ସାଥି ମାନେ ପୂଜା କାର୍ଯ୍ୟ ତୁଲାଇ ଥିବାବେଳେ କର୍ତ୍ତା ଦାୟିତ୍ଵ ସପତ୍ନିକ ଚିତ୍ତରଞ୍ଜନ ଶତପଥି ରହିଥିଲେ । ପ୍ରତ୍ୟେକ ଦିନ ସ୍ଥାନୀୟ ସଙ୍କୀର୍ତ୍ତନ ଦଳ ତଥା ଦୂର ଦୁରାନ୍ତରୁ ବହୁ ଦଳ ଗୁଡ଼ିକ ନିମନ୍ତ୍ରିତ ଆସିଥିଲେ । ପୂର୍ଣ୍ଣାହୁତି ଦିନ ବ୍ରହ୍ମଚାରୀ, ବାଦପାଲି, ସିଲେଟ ଏବଂ କନିବନ୍ଧଳି ସଂକୀର୍ତ୍ତନ ଦଳ ନିମନ୍ତ୍ରିତ ହୋଇଥିଲେ ।ଏହି ଅବସରରେ ପ୍ରତ୍ୟେକ ଦିନ ସମସ୍ତଙ୍କ ପାଇଁ ଅପରାହ୍ନ ରେ ଅନ୍ନ ପ୍ରାସାଦର ବ୍ୟବସ୍ଥା ହେଇଥିଲା। ପୂର୍ଣ୍ଣାହୂତି ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ସମାଗମ ହେଇଥିଲା। ଏହି ଚାଳିଶ ପ୍ରହରୀ ନାମଯଜ୍ଞ ରେ ଗ୍ରାମର ଆବାଳବୃଦ୍ଧ ବନିତା ସମସ୍ତଙ୍କ ସକ୍ରିୟ ସହଯୋଗ ରହିଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!