ରେଙ୍ଗାଲିପାଲି ଶ୍ରୀ ଶ୍ରୀ ଅବଧୂତ ବାବା ମନ୍ଦିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 46;
ସରଣ୍ଡା,4/5(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଏନଏସି ଅନ୍ତର୍ଗତ ରେଙ୍ଗାଲିପାଲି ଗ୍ରାମରେ ବାବା ଅବଧୂତ ମନ୍ଦିରର ତିନି ଦିନିଆଁ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାଁ ସମଲେଇଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଦେଇ ଏହାକୁ ଉଦଘାଟନ କରିଥିଲେ l

ଏହି ଅବସରରେ ମହାମନ୍ତ୍ରୀ ନନ୍ଦିଘୋଷ ମହାପାତ୍ର ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଶ୍ରୀ ଶ୍ରୀ ଅବଧୂତ ବାବା ମନ୍ଦିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ କମିଟିର ପ୍ରମୋଦ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ମହୋତ୍ସବରେ ସଭାପତି ଶମ୍ଭୁ ନାରାୟଣ ପ୍ରଧାନ, ସମ୍ପାଦକ ସୁବ୍ରତ କୁମାର ସାହୁ, ସୁବାଷ ପ୍ରଧାନ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ l ଗ୍ରାମ୍ୟକମିଟି ପକ୍ଷରୁ ସୁବ୍ରତ କୁମାର ସାହୁଙ୍କ ସମ୍ପାଦିତ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା କୁ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା l ସକାଳେ ଶତାଧିକ ମହିଳା ପୂର୍ଣ୍ଣ କଳସ ଗ୍ରାମ ପୋଖରୀରୁ ମନ୍ଦିରରେ ସ୍ଥାପନ କରିଥିଲେ l ପରେ ସ୍ୱତନ୍ତ୍ର ପୂଜାପାଠ ସହ ବାବାଙ୍କ ଦର୍ଶନ କେଇଥିଲେ ଭକ୍ତଙ୍କୁ l ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ଝିଅ ଜଇଁ ଙ୍କୁ ଏକ ଚାରା ଓ ଉପଢୌକାନ ଦେଇ ସ୍ୱତନ୍ତ୍ର ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା l ରାତ୍ରି ରେ ଲୋକ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଭେଡେନର ଝୁମକୁ ଝୁମା କଳା ପରିଷଦ, ସୋହେଲାର ଚେତନା କଳା ପରିଷଦ ଓ ଲସ୍ତଳା ର ସୁରୁଜ ମୁଖି ସାଂସ୍କୃତିକ ଅନୁଷ୍ଠାନ ନିଜ ନିଜ ବିଭିନ୍ନ ସାଂସ୍କୃତିକ କଳା ପ୍ରଦର୍ଶନ କରିଥିଲେ l

ଏହାକୁ ନିରଞ୍ଜନ କୁମାର ପଶାୟତ ଓ ପ୍ରିୟ ଦର୍ଶିନୀ ଅର୍ଚ୍ଚନା ବାଗ ଉପସ୍ଥାପନା କରିଥିଲେ l ଅନ୍ୟ ପଟେ ମହାରାଜ କଂସ ହୃଷିକେଶ ଭୋଇ ଓ ମହାମନ୍ତ୍ରୀ ନନ୍ଦିଘୋଷ ମହାପାତ୍ରଙ୍କ ଧନୁଯାତ୍ରାର ଏକ ସଂଳାପ ଅଭିନୟରେ ହଜାର ହଜାର ଦର୍ଶକ ମନମୁଗ୍ଧ ହୋଇପଡ଼ିଥିଲେ l ଶେଷରେ ସମସ୍ତ କଳାକାରମାନଙ୍କୁ ରେଙ୍ଗାଲିପାଲି ଗ୍ରାମ୍ୟ କମିଟି ପକ୍ଷରୁ ଟ୍ରଫି ଓ ଉପଢୌକାନ ଦେଇ ସଂମ୍ମାନିତ କରାଯାଇଥିଲା l
