ଫୁଲାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ କୁବେର ସ୍ୱାଇଁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0

ବରଗଡ଼ (ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଫୁଲାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ କୁବେର ସ୍ୱାଇଁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ସମ୍ବର୍ଦ୍ଧନା ସଭା ଅବସରରେ ଫକିର ବାରିକ, ପରମେଶ୍ବର ବାରିକ, ଶତ୍ରୁଘ୍ନ ମେହେର , ଶ୍ରଦ୍ଧକର ବାରିକ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅର୍ଜୁନ ସ୍ୱାଇଁ, ଯାଦବ ଭୋଇ, ଜୟନ୍ତ ବାରିକ ଦୀପ ପ୍ରଜ୍ବଳନ ରେ ସହଯୋଗ କରିଥିଲେ। ସଭା ଟି ପୂର୍ବତନ ଛାତ୍ର ବିକାଶ ଭୋଇ ଦ୍ଵାରା ସଂଯୋଜନା କରଯାଇଥିବା ବେଳେ ଶିକ୍ଷକ ସରୋଜ ଭୋଇ ମୂଖ୍ୟ ବକ୍ତା ଭାବେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ CRCC ବରପାଲି , ଶିକ୍ଷକ ବନ୍ତ୍ ମେହେର, ଶିକ୍ଷକ ସୁରେନ୍ଦ୍ର ତାଣ୍ଡି, ବିଦ୍ୟାଧର ଭୋଇ, ଠାକୁର ମେହେର, ଡିଲେଶ୍ୱର ମେହେର ,ପଞ୍ଚମ ମେହେର , ପର୍ଶୁରାମ ମେହେର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିବା ବେଳେ ଗୁରୁ ଶିଷ୍ୟର ନିବିଡ଼ ସମ୍ପର୍କ ବିଷୟରେ ପୁରାତନ ଛାତ୍ର, ଛାତ୍ରୀ ମାନେ ନିଜର ଅଭୁଲା ଅନୁଭୂତି ପ୍ରଦାନ କରିଥଲେ। ତେବେ କାର୍ଯ୍ୟକ୍ରମର ପରିଶେଷରେ ଶ୍ରଦ୍ଧାକର ବାରିକ ଓ ନିରୋଜ ସ୍ୱାଇଁଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!