ଚାଷ ଓ ଚାଷୀ ସମସ୍ୟାର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଅତାବିରା , 29/6(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଅଗ୍ରସେନ ଭବନ ଠାରେ ଶନିବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଚାଷ ଓ ଚାଷୀ ସମସ୍ୟାର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନକରାଯାଇଛି l ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତାବିରା ଅଗ୍ରସେନ ଭବନଠାରେ ଚାଲିଥିବା ସମ୍ବର୍ଦ୍ଧନା ସଭାରେ ଅଂଶଗ୍ରହଣ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏଥିରେ ବୁଗବୁଗା ଓ ଜହ୍ନାପଡ଼ା ମୌଜାରେ ଚକବନ୍ଦୀ ଆଇନ ଅନୁସାରେ (୨୨ ) ଧାରା ଜାରି ହୋଇ ନ ଥିବାରୁ ଫାଇନାଲ ପଟ୍ଟା ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଇନାହିଁ l ଫଳରେ ଚାଷୀମାନେ ମାଲଗୁଜାରି, କୃଷିଋଣ, ଜମି ବିକ୍ରି, ଧାନ ବିକ୍ରି ତଥା ଜମି ରେକର୍ଡ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ହେଲେ ଫସଲ ବୀମା ଓ ଇନପୁଟ ସବସିଡି ପାଇଁ ସଠିକ ସମୟରେ ଆକଳନ ସହ ଶୀଘ୍ର କ୍ଷତିପୂରଣ ବ୍ୟବସ୍ଥା, ଯୁଗ୍ମ ପଟ୍ଟା ଥିବା ଜମିର ମାଳ ଗୁଜାରୀ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଖଜଣା ନେବାର ବ୍ୟବସ୍ଥା କରିବାକୁ ସ୍ମାରକ ପତ୍ରରେ ଦାବୀ କରାଯାଇଛି l