ଚଳନ୍ତା ଟ୍ରେନରୁ ପଡ଼ି ମୁର୍ମୁଷ ଯୁବକ ଉଦ୍ଧାର, ବୁର୍ଲାରେ ଭର୍ତ୍ତି

0

ଅତାବିରା 1/7(ସଂସ୍କୃତି ମିଡ଼ିଆ )-ସମ୍ବଲପୁର – ବରଗଡ଼ ରେଲୱେ ଲାଇନର ଚକୁଳିଫାର୍ମ ନିକଟରେ ସୋମବାର ଜୈନିକ ମୁର୍ମୁଷ ଯୁବକଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି l ପ୍ରାପ୍ତ ଖବରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ଗୋଟେନ ଗ୍ରାମର ରୁପସିଂ ମାଝିଙ୍କ ପାଖାପାଖି 35 ବର୍ଷୀୟ ପୁତ୍ର ଉପିନ ମାଝୀ କୌଣସି ଅସାବଧାନତା ବଶତଃ ଚାଲନ୍ତା ଟ୍ରେନରୁ ଖସି ପଡ଼ିଥିଲେ l ଘଟଣାଟି ରେଲୱେ ସମ୍ବଲପୁର – ବରଗଡ଼ ରେଳଲାଇନର ଝୁଣ୍ଟି ନମ୍ବର 583/28-583/30 ମଝିରେ ଘଟିଥିଲା l

ଖବର ପାଇ ଆମ ସଂସ୍କୃତି ମିଡ଼ିଆ ବ୍ୟୁରୋ ଚିଫ ଯୁଧିଷ୍ଠିର ମହାପାତ୍ର ଘଟନଣାସ୍ଥଳକୁ ପହଞ୍ଚି ଚାବିଦାର ମାୟାଧର ଠେଲା ଙ୍କ ସହ 108 ଆମ୍ବୁଲାନ୍ସ ଓ ଅତାବିରା ଥାନା କୁ ଖବର ଦେଇଥିଲେ l ଖବର ପାଇ 108 କର୍ମଚାରୀ ଘଟଣା ସ୍ଥଳ କୁ ପହଞ୍ଚି ଉଦ୍ଧାର କରିଥିଲେ l ଚକୁଳି ଫାର୍ମ ରେଲୱେ ଫାଟକରୁ ପ୍ରାୟ ଅଧ କିଲୋମିଟର ଦୂରରେ ଉପିନ ଜୀବନ ମରଣ ସହ ଛଟପଟ ହେଉ ଥିଲେ ବି କାହାରି ନଜରକୁ ଆସି ନ ଥିଲେ l ଉପିନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଦୁହିଁ ହାତ ପାପୁଳି ଓ ଦେହର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବର ହୋଇଛନ୍ତି l ତେବେ କେଉଁ କାରଣରୁ କିଭଳି ଟ୍ରେନରୁ ସେ ଖସି ପଡିଲେ ତାହା ତଦନ୍ତ ସାପେକ୍ଷ l ଅତାବିରା ପୋଲିସ ପକ୍ଷରୁ ଘଟନସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛି l


Leave a Reply

Your email address will not be published. Required fields are marked *

error: Content is protected !!