ଅତାବିରା ଥାନା ପକ୍ଷରୁ ନୁଆଁ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ କର୍ମଶାଳା

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 46;
ଅତାବିରା , 1/7(ସଂସ୍କୃତି ମିଡ଼ିଆ )-ଆଜିଠୁ ଦେଶରେ ଲାଗୁ ହୋଇଥିବା ନୂଆ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ ଅତାବିରା ଥାନା ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଣିକି ଦଣ୍ଡ ନୁହେଁ, ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି। ଏନେଇ ଅତାବିରା ଥାନା ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷଠାରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତାବିରା ଥାନା ଆଇଆଇସି ସୁକୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଚେୟାରମ୍ୟାନ ଗୀତାଞ୍ଜଳି ନାୟକ, ଭାଇସ ଚେୟାରମ୍ୟାନ ଅନନ୍ତ ମେହେର, ତହସିଲଦାର ବ୍ରଜକିଶୋର ସାହୁ, ବିଡ଼ିଓ ସୂର୍ଯ୍ୟ କୁମାର ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ନୁଆଁ ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ l
ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପିଙ୍ଗଳ କୋର୍ଡ, କୋଡ ଅଫ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ନୂଆ ଆଇନ। ନୂଆ ବ୍ୟବସ୍ଥା ଅନୁସାରେ ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ ପାଇବ। ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ ହେବ। ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୋଲିସ ନେବେ। ୭ ଦିନ ଭିତରେ ମେଡିକାଲ ରିପୋର୍ଟ ପ୍ରଦାନ କରାଯିବ। ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ, ରାଜଦ୍ରୋହ ଶବ୍ଦକୁ ହଟାଯାଇ ଦେଶଦ୍ରୋହକୁ ସାମିଲ କରାଯାଇଛି। ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡ଼ିଓଗ୍ରାଫି ବାଧ୍ୟତାମୂଳକ। ଗିରଫ ହେବା ପରେ ଜଣେ ବ୍ୟକ୍ତି ପରିବାର ଓ ସମ୍ପର୍କୀୟଙ୍କୁ ସ୍ଥିତି ସମ୍ପର୍କରେ ଜଣାଇପାରିବେ,ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ଦିଆଯାଇଛି ଅଧିକାର। ଗିରଫ ସମ୍ପର୍କିତ ସମସ୍ତ ତଥ୍ୟ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ। ବ୍ୟକ୍ତିଗତ ଭାବେ ହାଜର ନହୋଇ ଇଲେକ୍ଟ୍ରୋନିକ ମାଧ୍ୟମରେ ଏଫଆଇଆର କରିହେବ। ଜିରୋ ଏଫଆଇଆର ଉପରେ ଗୁରୁତ୍ବ ଦିଆଯାଇଛି। ବିଶେଷତଃ ନାଗରିକ ସୁରକ୍ଷା,ଅଧିକାର ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସଭାପତି ବୀରେନ୍ଦ୍ର କାର, କୋଶଳ ଭୁତପୂର୍ବ ସୈନିକ ସଂଘ ସଭାପତି ଅରୁଣ କୁମାର ବାରିକ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜ ମତ ରଖିଥିଲେ l