ଚାଷୀଙ୍କ ଲକ୍ଷାଧିକ ଟଙ୍କା ଲୁଟିଲେ ଲୁଟେରା, କାର୍ଯ୍ୟାନୁଷ୍ଠାନ ଦାବୀରେ କୃଷକ ସଂଗଠନର ସ୍ମାରକ ପତ୍ର

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 47;
ଅତାବିରା , 2/7(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ପଡିଛନ୍ତି l ଗତ 10 ଦିନ ମଧ୍ୟରେ ୩ ଜଣ ଚାଷୀଙ୍କ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପ୍ରତିବାଦ କରିଛି ଓଡ଼ିଶା ରାଜ୍ୟ କୃଷକ ସଂଗଠନ l ମଙ୍ଗଳବାର ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଚାଷୀମାନେ ଅତାବିରା ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବରଗଡ଼ ଏସପି ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଦାୟିତ୍ୱରେ ଥିବା ଏସଆଇ ଯୁଗଳ କିଶୋର ତାଣ୍ଡିଙ୍କୁ ପ୍ରଦାନ କରିଥିଲେ l ଏଥିରେ ଦର୍ଶଯାଇଛି ଯେ, ଗତ ଜୁନ 20 ତାରିଖରେ ବାବେବିରା ଗ୍ରାମର ଛାୟାକାନ୍ତ ପ୍ରଧାନଙ୍କ 4 ଲକ୍ଷ 38 ହଜାର ଓ ଗତ କାଲି ସୋମବାର ଜୁଲାଇ ୧ ତାରିଖରେ ଲସ୍ତଳା ଗ୍ରାମର ଗୌରୀଶଙ୍କର ଭୁଏ ଓ ବଳରାମ ଭୁଏ ଙ୍କ 1 ଲକ୍ଷ 60 ହଜାର ଟଙ୍କା ଦୁର୍ବୁତ୍ତ ମାନେ ସ୍ୱଷ୍ଟ ଦିବା ଲୋକରେ ରାସ୍ତାରେ ଅଟକାଇ ସମାନ ଧରଣରେ ଲୁଟ କରିଛନ୍ତି l ପ୍ରଥମ ଘଟଣାରେ ଛାୟାକାନ୍ତ ସାଙ୍ଗେ ସାଙ୍ଗେ ଅତାବିରା ପୋଲିସ ପାଖରେ ଅଭିଯୋଗ କରିଥିଲେ l ପୋଲିସ ମଧ୍ୟ ସେହି ଦିନ ଛlନଭିନ କରି ବସି ପଡ଼ିଥିଲେ l କୌଣସି ଆଖି ଦିଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ l ଯାହାର ପରିଣାମ ଡକାୟତ ମାନେ ସମାନ ଢଙ୍ଗରେ ସୋମବାର ପୁଣି ଅନ୍ୟ ଚାଷୀଙ୍କ ଟଙ୍କା ଲୁଟ କରି ନେଇଥିଲେ l ଡକାୟତି ହୋଇଥିବା ଚାଷୀଙ୍କ ଟଙ୍କା ଶୀଘ୍ର ନ ମିଳିଲେ ଚାଷୀ ସଂଗଠନ ଓ ସମସ୍ତ ଚାଷୀ ଭାଇମାନଙ୍କ ତରଫରୁ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ଓ ଏଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର ପ୍ରକାଶ କରିବା ସହ ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି l
ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନ 20 ତାରିଖ ଦିନ ବାବେବିରାର ଛାୟାକନ୍ତ ପ୍ରଧାନ ଧାନ ବିକ୍ରୀର ଟଙ୍କା ଅତାବିରା ଏସବିଆଇ ଶାଖାରୁ 4ଲକ୍ଷ 38 ହଜାର 352ଟଙ୍କା ବାହାର କରି ନିଜ ଘରକୁ ଫେରୁଥିଲେ l ବାବେବିରା କେନାଲ ରାସ୍ତାରେ 3 ଜଣ ଦୁର୍ବୃତ୍ତ ଡକାୟତ ଏକ କଳା ରଙ୍ଗର ମୋଟରସାଇକଲ ଗାଡ଼ିରେ ତାଙ୍କ ସାମ୍ନାକୁ ଆସି ଅଟକାଇ ଦେଇଥିଲେ l ଡକାୟତ ମାନେ ହଠାତ ଛାୟାକାନ୍ତ ଉପରେ ଆକ୍ରମଣ କରିଥିଲେ l ଡ଼ିକିରେ ଥିବା ସବୁ ଟଙ୍କା ଛଡାଇ ନେଇ ପଳାଇ ଯାଇଥିଲେ l ଏହି ଘଟଣାରେ ପୋଲିସ ଅତାବିରା ଥାନାରେ କେଶ ନଂ 226 ରେ ଧାରା 394ଆଇପିସି ରେ ମାମଲା ରୁଜୁ କରିଛି l ତେବେ ଏହି ଘଟଣାକୁ ଦଶ ଦିନ ବିତି ନାହିଁ ଠିକ ପ୍ରଥମ ଘଟଣା ଭଳି ଲସ୍ତଳା ଗ୍ରାମର ଚାଷୀ ଗୌରୀଶଙ୍କର ଭୁଏ ଓ ବଳରାମ ଭୁଏ ସେହି ଅତାବିରା ଏସବିଆଇ ରୁ ଗତ କାଲି ସୋମବାର 1 ଲକ୍ଷ 60 ହଜାର ଟଙ୍କା ଉଠାଇ ନିଜ ଘରକୁ ଫେରୁଥିବା ବେଳେ ମନାପଡା ଗୋବର୍ଦ୍ଧନ ସାହୁଙ୍କ ଖଳା ସାମ୍ନା ରାସ୍ତା ଉପରେ ଦିନ ଦ୍ବିପହର ମଧ୍ୟାହ୍ନ ପ୍ରାୟ ସାଢେ 12 ଟାରେ ସମାନ ଢଙ୍ଗରେ ସେହିଭଳି କଳା ରଙ୍ଗର ମୋଟରସାଇକେଲ ରେ 3 ଜଣ ଆସି ଆକ୍ରମଣ କରିବା ସହ ଟଙ୍କା ସବୁ ଲୁଟି ନେଇ ପଳାଇ ଯାଇଥିଲେ l ଏହି ଘଟଣା ଉପରେ ମଧ୍ୟ ଅତାବିରା ଥାନା କେଶ ନଂ 241 ରେ ନୁଆଁ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନଏସ ) ଧାରା 309 ରେ ମାମଲା ରୁଜୁ ହୋଇଛି l
ଏନେଇ ଅତାବିରା ଆଇଆଇସି ସୁକୁମାର ତ୍ରିପାଠୀ ଙ୍କୁ ପଚାରିବାରୁ ‘ କେଶ ରୁଜୁ କରି ଏନେଇ ଅଧିକ ତଦନ୍ତ ଚାଳିଛି, ସମାନ ଧରଣରେ ବରପାଲି ଓ ପଦ୍ମପୁର ଥାନାରେ ବି ଏଭଳି ଘଟଣା ଘଟିଛି l ସବୁକୁ ଅନୁଧ୍ୟାନ କରି ତଦନ୍ତ ଚାଳିଛି ବୋଲି କହିଥିଲେ l