ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଭୁବନେଶ୍ୱର ପଠାଇଲେ ସ୍ବେଛାସେବୀ

ଅତାବିରା , 2/7(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଳରମ୍ଭାର କୁଦୋପାଲି ଗ୍ରାମରୁ ଜନୈକ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ମଙ୍ଗଳବାର ଭୁବନେଶ୍ୱରର ଏକ ଅନାଥ ଆଶ୍ରାମରେ ଛାଡ଼ିଛି ସମ୍ବଲପୁରର ପରିଚୟ ଅନୁଷ୍ଠାନ l
ପ୍ରାପ୍ତ ଖବରରୁ ପ୍ରକାଶ ଯେ, କୃଷ୍ଣ ରୋଗରେ କ୍ୟାନସର ହୋଇଥିବାରୁ ଗୋଡ଼ ଦୁଇଟି କଟା ଯାଇଥିଲା l ଯାହା ଫଳରେ ବିକଳାଙ୍ଗ ନିରୀହ ଅସହାୟ ମହିଳା ରତନି ବାଗ୍, ସ୍ବାମୀ – ପର୍ଶୁରାମ ବାଗ, ଉଭୟେ କୃଷ୍ଟରେ ପୀଡିତ ହୋଇ ଜୀବନ ଯାପନ କରୁଥିଲେ l କିନ୍ତୁ ଦୀର୍ଘ ୧୫ ବର୍ଷ ପୂର୍ବରୁ ସ୍ବାମୀ ପର୍ଶୁରାମ ମୃତ୍ୟୁ ବରଣ କରି ଯାଇଥିଲେ l , ଉଭୟଙ୍କର କୌଣସି ସନ୍ତାନ ସନ୍ତତି କିମ୍ବା ବନ୍ଧୁ ପରିଜନ କେହି ନ ଥିଲେ l ଦୀର୍ଘ ଦିନ ଧରି ସୁନାଳରମ୍ଭା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଦୋପାଲି ରୋହିଦାସ ପଡା ଠାରେ ଏକ ଅସ୍ଥାୟୀ ଝୁପୁଡ଼ି ର ଅଶ୍ରୟ ନେଇଥିଲେ ରତନୀ l କିନ୍ତୁ ଉକ୍ତ ସ୍ଥାନ ମଧ୍ୟ ଭାଙ୍ଗି ଗଲା l ଫଳରେ ସେହି ପଡ଼ାର ଖେଦୁ ଉଗେର ନିଜ ଘର ପାଖରେ ଥିବା ବରଗଛ ମୂଳେ ଆଶ୍ରୟ ଦେଇଥିଲେ l ଏହି ଖବର ସୁନାଳରମ୍ଭା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଅଶୋକ ସୁନା ଙ୍କଠାରୁ ସୂଚନା ପାଇ ବିଭିନ୍ନ ସ୍ବେଛାସେବୀ ସଂସ୍ଥାର ସହ ସମ୍ବଲପୁର ପରିଚୟ ଅନୁଷ୍ଠାନର ସ୍ବେଛାସେବୀ ବିପିନ ବିହାରୀ ପଣ୍ଡା ଯୋଗାଯୋଗ କରିଥିଲେ l ଶେଷରେ ଭୁବନେଶ୍ୱରର ରିଓ ଚେରିଟାଵଲେ ଟ୍ରଷ୍ଟ ବୃଦ୍ଧାଙ୍କୁ ଥଇଥାନ ନେଇ ସହମତି ପ୍ରଦାନ କରିଥିଲେ l ମଙ୍ଗଳବାର ଥଇଥାନ ନିମନ୍ତେ ସ୍ବେଛାସେବୀ ପଣ୍ଡାଙ୍କ ଜରିଆରେ ହାମନନ୍ଦ ଡାହୁରୀ , ବିଶ୍ଵଜୀତ ରାୟ ପ୍ରମୁଖଙ୍କ ସହାୟତା ଅନାଥ ଆଶ୍ରମ କୁ ପଠାଯାଇଛି l ଉଦ୍ଧାର ସମୟରେ ସୁନାଲରମ୍ଭା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସ୍ୱାଗତିକା ସୁନା ଓ ତାଙ୍କ ସ୍ବାମୀ ଅଶୋକ ସୁନା ମଧ୍ୟ ଉପସ୍ଥିତ ଥିଲେ।