କାଠଡ଼େରା ରଥ ମେଲଣ,ଗୁଣ୍ତିଚା ମନ୍ଦିରକୁ ୬ରଥ ପହଞ୍ଚିଲା

ଅତାବିରା, ୭/୭(ସଂସ୍କୃତି ମିଡ଼ିଆ ):୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଅତାବିରା ବ୍ଲକ କାଠଡେରା ଅଞ୍ଚଳର ପ୍ରସିଦ୍ଧ ରଥ ମେଲଣ ଆରମ୍ଭ ହୋଇଛି । ପ୍ରଥମଦିନରୁ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳିଥିଲା । ୬ଟି ଗ୍ରାମ ହିର୍ଲ୍ଲିପାଲି, ଲଚିଦା, କତାବଗା, ଲୁରୁପାଲି, ଭୂର୍ଷିପାଲି ଏବଂ ଟିଙ୍ଗିପାଲି ଗ୍ରାମର ରଥ ଶ୍ରୀ ଗୁଣ୍ତିଚାଧାମ କାଠଡେରା ପହଞ୍ଚିଥିଲା । ରଥଯାତ୍ରା କମିଟୀ ପକ୍ଷରୁ ସମସ୍ତ ରଥକୁ ଘଣ୍ଟବାଦ୍ୟ ସହିତ ସ୍ବାଗତ କରାଯାଇଥିଲା । ଶ୍ରୀ ଗୁଣ୍ତିଚାଧାମ ପହଞ୍ଚିବାପରେ ପୃଥକ ଭାବରେ ନିଜନିଜ ଗୁଣ୍ତିଚା ମନ୍ଦିରମାନଙ୍କରେ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା । ପ୍ରତିବର୍ଷପରି ଚଳିତ ଥର ଦ୍ବିତୀୟାଦିନରୁ ଦ୍ବାଦଶୀ ପର୍ଯ୍ୟନ୍ତ ରଥ ମେଲଣ ଅନୁଷ୍ଠିତ ହେବ ଏବଂ ଦ୍ବାଦଶୀଦିନ ମହାପ୍ରଭୂଙ୍କୁ ରଥରେ ବିଜେ କରି ନିଜନିଜ ଗ୍ରାମକୁ ବାହୁଡିବେ । ରଥ ମେଲଣରେ ବିଭିନ୍ନଦିନରେ କାର୍ଯ୍ୟକ୍ରମରେ ୭ତାରିଖ ଭୂର୍ଷିପାଲି,ତୂରୀପଡ଼ାର ମହିଳା ସଙ୍କୀର୍ତ୍ତନ ପରିବେଷଣ । ୮ତାରିଖ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ । ୯ ତାରିଖ ଶିବଶକ୍ତି ଓ ମ୍ୟୁଜିକ ଆର୍ଟ ଅତାବିରା,ବଳରାମ ଡ୍ୟାନ୍ସ ଏକାଡେମୀ ବରଗଡ଼ , ଲିଟିଲ ଡ୍ୟାନ୍ସ ଗ୍ରୁପ ହିର୍ଲିପାଲି ୧୦ତାରିଖ ଜୟ ଜଗନ୍ନାଥ ଭଜନ କଳପରିଷଦ ଅତାବିରା । ୧୧ତାରିଖ ଶ୍ରୀ ସିଦ୍ଧିବିନାୟକ ପବ୍ଲିକ ସ୍କୁଲ ରେଙ୍ଗାଲିକେମ୍ପ , ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କାଠଡେରା ଛାତ୍ର ଛାତ୍ରୀଙ୍କ ଦ୍ବାରା ସଙ୍କୃତିକ କାର୍ଯ୍ୟକ୍ରମ । ୧୨,୧୩ ଓ ୧୪ ତାରିଖ ଲୋକ ମହୋତ୍ସବ । ୧୫ତାରିଖ ସମ୍ପ୍ରଦାୟ ପରିବେଷଣ ଏବଂ ୧୬ତାରିଖ ମାଁ ସମଲେଶ୍ବରୀ ମେଲୋଡ଼ି ବରଗଡ ପରିବେଷଣ ହେବ । ଦଶମୀଦିନ ରଥମାନଙ୍କରେ ମହାପ୍ରଭୁ ବିଜେ କରିବେ । ୧୮ ତାରିଖ ଦ୍ବାଦଶୀଦିନ ନିଜନିଜ ଗ୍ରାମକୁ ରଥ ବାହୁଡିବା କାର୍ଯ୍ୟକ୍ରମ ରହିଥିବା ରଥଯାତ୍ରା କମିଟୀ ପକ୍ଷରୁ ସୂଚନା ଦିଆଯାଇଛି । ୧୦ଦିନ ବ୍ୟାପୀ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଲୋକମଣ୍ଡପକୁ ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ରଞ୍ଜନ ସେଠ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଚଳିତ ରଥ ମେଲଣଙ୍କୁ ସୁପରିଚାଳନା କରିବା ପାଇଁ ଏକ ୩୦ଜଣିଆଁ କମିଟି ଗଠନ କରାଯାଇଛି । ଏଥିରେ ନିରଞ୍ଜନ ସାହୁ ସଭାପତି,ଉସମାନ ଖାଁ ଉପସଭାପତି,ଲେଳିନ ପ୍ରଧାନ ସମ୍ପାଦକ,ଶ୍ୟାମ ନାଏକ ସହ ସମ୍ପାଦକ,ଚିନ୍ତାମଣି ମେହେର କୋଷାଧ୍ୟକ୍ଷ ଏବଂ ରଥଯାତ୍ରାର ପ୍ରଚାର ପ୍ରସାର ପାଇଁ ମିଡ଼ିଆ ପ୍ରଭାରୀ ରୂପେ କୀର୍ତ୍ତନ ବିଶ୍ବାଳଙ୍କୁ ଦାୟୀତ୍ବ ଦିଆଯାଇଛି ।