ନ୍ୟାୟ ଦାବିରେ ଧାରଣାରେ ବସିଲେ ପରିବାର

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 41;
ଅତାବିରା , 8/7(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଥାନା ସାମ୍ନାରେ ଟୋପ ଗ୍ରାମର ଏକ ପୀଡିତ ପରିବାର ନ୍ୟାୟ ଦାବିରେ ସୋମବାର ଧାରଣାରେ ବସିଛନ୍ତି l ଘଟଣାରୁ ପ୍ରକାଶ ଯେ ଗତ ଏପ୍ରିଲ ମାସ 27 ତାରିଖ ମଧ୍ୟରାତ୍ରିରେ ଅତାବିରା ଥାନା ଟୋପ ଗ୍ରାମର ପଙ୍କଜ ମେହେରଙ୍କ ଛାତ ବାଟେ ଘରକୁ ପଶି ଦୁର୍ବୃତ୍ତ ତାଙ୍କ ପରିବାର ଉପରେ ଅତର୍କିତ ଆକ୍ରମଣ କରିଥିଲେ l ଫଳରେ ପଙ୍କଜଙ୍କ ପେଟ ରେ ଏବଂ 12 ବର୍ଷୀୟ ନାବାଳକ ପୁତ୍ର ଙ୍କ ବାମ ହାତ ବାହୁ ରେ ଏବଂ ଖାକରେ ଗଭୀର ଆଘାତ ହୋଇଥିଲା l ପାଖ ପଦୋଷୀଙ୍କୁ ଡାକିବାରୁ ଦୁର୍ବୃତ୍ତ ଛାତ ଦେଇ ଅନ୍ୟ ଜନକଙ୍କ ଘର ଦେଇ ଉଭାନ ହୋଇଯାଇଥିଲେ l ଆହତ ପଙ୍କଜ ଓ ତାଙ୍କ ପୁତ୍ରଙ୍କୁ ପଡୋଶୀ ଉଦ୍ଧାର କରିବା ସହ ଥାନାକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଆହତଙ୍କୁ ବୁର୍ଲା ପଠାଇଥିଲେ l ପର ଦିନ ଅର୍ଥାତ ଗତ ଏପ୍ରିଲ 28 ତାରିଖ ପଙ୍କଜ ଙ୍କ ଏତଲା କ୍ରମେ ଥାନା କେଶ ନଂ 177/2024 ରୁଜୁ କରି ଅନୁସନ୍ଧାନୀ କୁକୁର ସହାୟତା ଘଟଣାର ତନାଘନା କରାଯାଇଥିଲା l ତେବେ ଘଟଣାକୁ 2 ମାସ ରୁ ଉଦ୍ଦ୍ବ ବିତି ଯାଇଥିଲେ ବି ପୋଲିସ ପୀଡିତ ପଙ୍କଜଙ୍କ ପରିବାର କୁ ନ୍ୟାୟ ଦେଇ ପାରି ନଂ ଥିବା ଅଭିଯୋଗ ହୋଇଛି l ଟୋପ ଗ୍ରାମବାସୀଙ୍କ ସହାୟତାରେ ପଙ୍କଜ ମେହେର, ତାଙ୍କ ପତ୍ନୀ ମନୋରମା ମେହେର, 12ବର୍ଷୀୟ ୨ ଜାଆଁଳ ପୁଅ ଝିଅ ଙ୍କ ସହ ନ୍ୟାୟ ଦାବିରେ ସକାଳ ସାଢେ 10ଟାରୁ ଧାରଣାରେ ବସିଥିଲେ l ଧାରଣାରତ ପରିବାରକୁ ଅତାବିରା ଥାନା ପକ୍ଷରୁ ବୁଝାସୁଝା କଲେ ମଧ୍ୟ ସେମାନେ ନ୍ୟାୟ ଦାବୀ କରୁଥିଲେ l ପରେ ଅପରାହ୍ନ 4ଟାରେ ଅତାବିରା ଥାନା ଆଇଆଇସି ସୁକୁମାର ତ୍ରିପାଠୀ, ଟୋପ ଗ୍ରାମବାସୀ ଏବଂ ପୀଡିତ ପଙ୍କଜ ପରିବାର ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା l ଏଥିରେ ଆସନ୍ତା ସପ୍ତାଏ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଭର ପ୍ରତିଶୃତି ମିଳିବା ପରେ ଧାରଣାରୁ ହଟିଥିଲେ ପଙ୍କଜ ପରିବାର l ଏନେଇ ଅତାବିରା ଆଇଆଇସି ସୁକୁମାର ତ୍ରିପାଠୀ ଙ୍କୁ ପଚରାଯିବାରୁ, ଘଟଣାର ବିଭିନ୍ନ ଦିଗ ଉପରର ତଦନ୍ତ ଚାଳିଛି l ଘଟଣାରେ ଭିନ୍ନ ଭିନ୍ନ ଲୋକଙ୍କୁ ପଚରାଉଚରା କରାଯାଇଛି ବୋଲି ପ୍ରକାଶ କରିଥିଲେ l