Skip to content
- ସରଣ୍ଡା, 8/7(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡାର ଅବସରପ୍ରାପ୍ତ ଅଙ୍ଗନବାଡି କର୍ମୀ ପ୍ରଭାସିନୀ ଭୋଇଙ୍କ ଗୁରୁବାର ଅକାଳ ବିୟୋଗ ହୋଇଯାଇଛି l ସ୍ତ୍ରୀ ଓ ପ୍ରସୂତି ଜନିତ ସମସ୍ୟାରେ ପୀଡିତ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ହଠାତ ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି l ସ୍ବର୍ଗତ ପ୍ରଭାସିନୀ 27 ବର୍ଷ କର୍ମମୟ ଜୀବନରେ ସମସ୍ତଙ୍କ ସେବା କରି ବେଶ ଜନ ପ୍ରିୟ ହୋଇଥିଲେ l ସେ ତାଙ୍କ ପଛରେ ସ୍ୱାମୀ ତଥା ପାହାଡ଼ଶ୍ରୀଗିଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମହାଦେବ ସାହୁ, ପୁତ୍ରବଧୂ ଙ୍କୁ ଛାଡିଯାଇଛନ୍ତି l ତାଙ୍କ ଏକ ମାତ୍ର ପୁଅ କୃଷ୍ଣ ସାହୁ ମୁଖାଗ୍ନି ଦେଇଥିଲେ l
error: Content is protected !!