ଶିକ୍ଷା ସପ୍ତାହରେ କ୍ରୀଡା ଦିବସ ପାଳିତ

0

ଅତାବିରା, (ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଳକ୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ ର ତୃତୀୟ ଦିବସ ବୁଧବାର କ୍ରୀଡ଼ା ଦିବସ ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ବୁଗବୁଗା କ୍ଲଷ୍ଟର ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଠାରେ ଶିକ୍ଷା ସପ୍ତାହ ର ତୃତୀୟ ଦିନରେ କ୍ରୀଡ଼ା ଦିବସ ଅବସରରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଶ୍ରେଣୀ ପାଇଁ ବିଭିନ୍ନ ପ୍ରକାରର ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପିଲାମାନଙ୍କୁ ବହୁ ପୁରୁଣା ସ୍ଥାନୀୟ ଖେଳ ଯେପରି କଉଡ଼ି,କସାଡ଼ି,ଖୋଖୋ, ଲୁଡୁ,କେଳି, ବାଟି ଆଦି ଖେଳ ଖେଳା ଯାଇଥିଲା । ପିଲାମାନଙ୍କୁ କ୍ରୀଡ଼ା ର ମହତ୍ତ୍ଵ ଏବଂ ତାର ସଂସ୍କୃତି ସଂପର୍କରେ ଅବଗତ କରାଯାଇଥିଲା । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବପ୍ରସାଦ ପଣ୍ଡା, ସହକାରୀ ଶିକ୍ଷକ ଜଗମୋହନ ଭୁଏ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୁଗବୁଗା ସି.ଆର.ସି.ସି. ନନ୍ଦିଘୋଷ ଭୁଏ ଉପସ୍ଥିତ ଥିଲେ । ଏହି ଶିକ୍ଷା ସପ୍ତାହ ୨୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ୨୫ ଜୁଲାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବସ,୨୬ ଜୁଲାଇ ଦକ୍ଷତା ଓ ଡିଜିଟାଲ ଦିବସ,୨୭ ଜୁଲାଇ ଇକୋ କ୍ଳବ୍ ଦିବସ ଏବଂ ୨୯ ଜୁଲାଇ କୁ ସମ୍ପ୍ରଦାୟ ଯୋଗଦାନ ଦିବସ ରୂପେ ପାଳନ କରାଯିବ । ଏହିପରି ବୁଗବୁଗା କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲୁଣ୍ଡା, ବୁଗବୁଗା, ପତ୍ରାପାଲି, ଜାମଟିକ୍ରା, ଗରିଆଟିକ୍ରା, ସରକାରୀ ପ୍ରାଥମିକ ବିଦ୍ୟାଳୟ ପଲସାପାଲି, ବାବେବିରା ରେ କ୍ରୀଡ଼ା ଦିବସ ପାଳିତ ହୋଇଥିଲା ।

 


Leave a Reply

Your email address will not be published. Required fields are marked *

error: Content is protected !!