ଗ୍ରାମରକ୍ଷୀଙ୍କ ଗ୍ରହଣୀୟ ପ୍ରାପ୍ୟ ପ୍ରସଙ୍ଗରେ ରାଜ୍ୟ ସରକାର ବିଚାର କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ

0

oppo_1072


ଅତାବିରା, 24/7 (ସଂସ୍କୃତି ମିଡ଼ିଆ ): ଗ୍ରାମରକ୍ଷୀମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଉନଥ‌ିବା ପ୍ରସଙ୍ଗରେ ରୁଜୁ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ। ଗ୍ରାମରକ୍ଷୀମାନଙ୍କୁ ଗ୍ରହଣୀୟ ପ୍ରାପ୍ୟ ପ୍ରଦାନ ପ୍ରସଙ୍ଗରେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ମହାସଂଘ, ପଶ୍ଚିମ ଓଡ଼ିଶା ସରକାରଙ୍କ ନିକଟରେ ଦାବିପତ୍ର ଉପସ୍ଥାପନ କରିବାର ତିନି ମାସ ଭିତରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ପ୍ରସଙ୍ଗରେ ସରକାର ନିଷ୍ପଭି ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଅନୁଗଳ, ବରଗଡ଼, କେନ୍ଦୁଝର ଜିଲ୍ଲା ଗ୍ରାମରକ୍ଷୀ ସଂଘ ପକ୍ଷରୁ ଦାୟର ପୃଥକ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି l ଗ୍ରାମରକ୍ଷୀଙ୍କୁ ପ୍ରଦାନ କରାଯାଉଥ‌ିବା ପ୍ରାପ୍ୟ ଅତ୍ୟନ୍ତ କମ୍ ଏଣୁ ଏହି ପ୍ରସଙ୍ଗରେ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି l ସୂଚନାଯୋଗ୍ୟ ରାଜ୍ୟରେ ୧୮୪୪୫ ଗ୍ରାମରକ୍ଷୀ ପ୍ରତ୍ୟେହ ଅହରାତ୍ର କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ କିନ୍ତୁ ବହୁତ କମ୍ (୮୦୦ ଟଙ୍କା) ପ୍ରାପ୍ୟ ପ୍ରଦାନ କରାଯାଉଛି ବୋଲି ଆବେଦନରେ ଦର୍ଶାଯାଇଥିଲା। ଗତ 2020 ମସିହା ଏପ୍ରିଲ ମାସ ୯ ତାରିଖ ଗ୍ରାମରକ୍ଷୀ ମହାସଂଘର ସଭାପତି ଅଶ୍ୱିନୀ ଭୋଇ, ସମ୍ପାଦକ ସନ୍ତୋଷ କୁମାର ପାତ୍ର ଓ କୋଷାଧ୍ୟକ୍ଷ ଅବନୀ କୁମାର ବେହେରାଙ୍କ ପୃଥକ ପୃଥକ ଆବେଦନ ସଂଖ୍ୟା 11487/2020, 11487/2020 ଏବଂ 11489/2020 କୁ ଏକତ୍ରିତ କରି ଶୁଣାଣି କରି ହାଇକୋର୍ଟ ଚଳିତ ମାସ 16 ତାରିଖରେ ରାୟ ପ୍ରକାଶ କରିଛନ୍ତି l ଆବେଦନକାରୀ ମହାସଂଘର ସଭାପତି ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଫାଣ୍ଡିର କାର୍ଯ୍ୟରତ ଗ୍ରାମରକ୍ଷୀ ଅଶ୍ୱିନୀ ଭୋଇଙ୍କ ତରଫରୁ ଆଇନଜୀବୀ କୌଶିକ ଆନନ୍ଦ ଗୁରୁ ମାମଲା ପରିଚାଳନା କରୁଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!