Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଅତାବିରାରେ ଶିକ୍ଷା ବିଭାଗ ପକ୍ଷରୁ ଡିଜିଗୋଭ୍ ତାଲିମ ଉଦଘାଟିତ  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଅତାବିରାରେ ଶିକ୍ଷା ବିଭାଗ ପକ୍ଷରୁ ଡିଜିଗୋଭ୍ ତାଲିମ ଉଦଘାଟିତ 

0

ସରଣ୍ଡା, 25/7(ଯୁଧିଷ୍ଠିର ମହାପାତ୍ର ) ବରଗଡ଼ ଜିଲା ଅତାବିରା ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଅତାବିରା ଉଚ୍ଚ ବିଦ୍ୟାଳୟଠାରେ ଡିଜିଗୋଭ୍ ତାଲିମ ଉଦଘାଟିତ ହୋଇଯାଇଛି l  ଏହି ତାଲିମ ଦୁଇଦିନ ଧରି ଚାଲିବ । ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ତତ୍ତ୍ଵାବଧାନରେ ଡିଜିଗୋଭ୍ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ସାଧନା କର୍ମୀ ଭାବେ ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ଧରମ ନାଏକ, କୃତାର୍ଥ ଚନ୍ଦ୍ର ଭୁଏ, ଜୟଦେବ ନାଏକ ଏକାଉଣ୍ଟେନ୍ ଅମିତ୍ ସାହୁ, ଗଣପତି ସାହୁ ଯୋଗଦାନ କରିଥିଲେ । ଏହି ତାଲିମରେ ସରକାରୀ ଅନୁଦାନ ପାଉଥିବା ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ଗଣ ଯୋଗଦାନ କରିଥିଲେ । ଏହି ତାଲିମ ରେ ଡିଜିଗୋଭ୍ ସଫ୍ଟୱେର ରେ  ଆସୁଥିବା ସରକାରୀ ଅନୁଦାନ  କିପରି ବ୍ୟୟ କରିବେ, ଭେଣ୍ଡର କିପରି ଯୋଡ଼ିବେ ଏବଂ ଅନୁଦାନ ସଂପର୍କରେ ସବିଶେଷ ଆଲୋଚନା କରାଯାଇ ଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!