Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଶିକ୍ଷା ସପ୍ତାହରେ ସାଂସ୍କୃତିକ କାର୍ଯ୍ୟକ୍ରମ // ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଦିଗରେ ଉନ୍ନତି କରାଅ, ଜିଲା ଶିକ୍ଷାଧିକାରୀ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଶିକ୍ଷା ସପ୍ତାହରେ ସାଂସ୍କୃତିକ କାର୍ଯ୍ୟକ୍ରମ // ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଦିଗରେ ଉନ୍ନତି କରାଅ, ଜିଲା ଶିକ୍ଷାଧିକାରୀ

0

ସରଣ୍ଡା, 25/7(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ ର ଚତୁର୍ଥ ଦିବସ ସାଂସ୍କୃତିକ ଦିବସ ରୂପେ ଗୁରୁବାର ପାଳିତ ହୋଇଯାଇଛି l ଶିକ୍ଷୟିତ୍ରୀଶିକ୍ଷକ ସହିତ ଉଭୟ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗରେ ପିଲାମାନଙ୍କର କିପରି ଅଧିକ ଉନ୍ନତି ହେବ ସେଥିପାଇଁ କାର୍ଯ୍ୟ କରିବାକୁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ କି ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଦିଗରେ ଉନ୍ନତି କରାଇବା ଶିକ୍ଷକର କର୍ମ l ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅତାବିରା ବ୍ଳକ୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ଗୀତ,ନାଚ,ଅଭିନୟ ପ୍ରଦର୍ଶନ କରାଯାଇଥିଲା । ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ଏବଂ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଏହି ଅବସରରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲାଦରପାଲି ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଣ୍ଡପାଲି ପରିଦର୍ଶନରେ ଯାଇ ପିଲାମାନଙ୍କ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଏହାସହ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଉଭୟ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗରେ ପିଲାମାନଙ୍କର କିପରି ଅଧିକ ଉନ୍ନତି ହେବ ସେଥିପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।


ସେହିପରି ପାହାଡଶ୍ରୀଗିଡା ଲାଲଡୋଳେଶ୍ୱର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଶିକ୍ଷା ସପ୍ତାହର ଚତୁର୍ଥ ଦିନରେ ବିଦ୍ୟାଳୟର ଅନେକ ଛାତ୍ରୀଛାତ୍ର ନୃତ୍ୟ ଓ ଗୀତ ରେ ଅଂଶଗ୍ରହଣ କରିଥିଲେ l ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ସେଟ ସଭାପତିତ୍ୱ କରିଥିଲେ l ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଦେବାନନ୍ଦ ସାହୁ, ପ୍ରଭାତୀ ପ୍ରଧାନ, ପୁଷ୍ପାଞ୍ଜଳି ପଧାନ, ଗୀତାଞ୍ଜଳି ରାଏ, ଚାନ୍ଦିନୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ l

(ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର, ବ୍ୟୁରୋ ହେଡ଼ )

 

 


Leave a Reply

Your email address will not be published. Required fields are marked *

error: Content is protected !!