
ଭଟଲି-(ସଂସ୍କୃତି ମିଡ଼ିଆ )-ସୁସ୍ଥ ଶରୀର ଓ ପ୍ରଫୁଲ୍ଲିତ ମନ ପାଇଁ ଖେଳ ଖେଳିବା ନିତାନ୍ତ ଆବଶ୍ୟକ। ଛାତ୍ର ଛାତ୍ରୀଙ୍କ ମନରେ ଖେଳୁଆଡ ମନୋଭାବ ଜାଗ୍ରତ ସୃଷ୍ଟି କରିବା ଲକ୍ଷ୍ୟନେଇ ଆଜି ଭଟଲି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ,କମଗାଁ ଠାରେ ବ୍ଲକସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ଖେଳାଳି ଚୟନ ଅନୁଷ୍ଠିତ ହୋଇଯାଇଛି। ବିଇଓ ସରୋଜ କୁମାର ଭୁଏଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବତନ୍ତ୍ର ଅତିଥି ଭାବେ ଆନ୍ତର୍ଜାତିୟ ଖେଳାଳୀ ତଥା ଫୁଟବଲ କୋଚ୍ ସନ୍ତୋଷ ପ୍ରଧାନ, ସମ୍ମାନିତ ଅତିଥି ବିଦ୍ୟାଳୟର ପ୍ରଧାନଶିକ୍ଷକ ଲାବଣ୍ୟବତୀ ସାହୁ,ବ୍ଳକ ସଂପାଦକ ଗର୍ଜନ ସା,ପ୍ରମୁଖ ମଞ୍ଚାସୀନ ଥିଲେ। ଭଟଲି,ସୁକୁଡା,ତେଜାଗୋଲା ଓ ଉର୍ଦ୍ଦୁନା ସବ-ବ୍ଳକରୁ ମୋଟ ୧୦୦ ଜଣ ବାଳକ ବର୍ଗ ଓ ୭୨ ଜଣ ବାଳିକା ବର୍ଗରେ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଏଥିରେ ବ୍ଲକର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗଦାନ କରି ଖେଳାଳି ଚୟନ କରିଥିଲେ। ଚଳିତ ବର୍ଷ ବାଳିକା ମାନଙ୍କ ସଂଖ୍ୟା ଅଧିକ ଯୋଗଦାନ କରିବା ବେଶ ଆକର୍ଷଣୀୟ ହୋଇ ଥିଲା ଓ ଛାତ୍ରୀଙ୍କ ମନରେ ବେଶି ଉତ୍ସାହ ପରିଲକ୍ଷିତ ହୋଇଥିଲା।ଖେଳ ପରିଚାଳନା କରିଥିଲେ ସନ୍ତୋଷ ଗଡତିଆ,ନାରାୟଣ ପାତ୍ର,ପ୍ରଦୀପ ପ୍ରଧାନ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀଙ୍କ ସମେତ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ସଭାକୁ ପରିଚାଳନା କରିଥିଲେ ରଙ୍କମଣି କ୍ଷେତି ଓ ସେବାକର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।