
ଭଟଲି – (ସଂସ୍କୃତି ମିଡ଼ିଆ )-ପରିବେଶ କୁ ବଞ୍ଚାଇ ରଖିବା ପାଇଁ ହେଲେ ବୃକ୍ଷ ରୋପଣ ଏକାନ୍ତ ଜରୁରୀ । ସେ ଘର ବାଡି ପଟେ ହେଉ କିମ୍ବା ଖୋଲା ପଡ଼ିଆ । ସେ ନଦୀ ପଠା ହେଉ କିମ୍ବା ଜଙ୍ଗଲ । ସବୁଠି ସମସ୍ତେ ନିଜର ସୁରକ୍ଷା ତଥା ପରିବେଶର ସୁରକ୍ଷା ପାଇଁ ଗଛ ଟିଏ ଲଗାଇବା ଆବଶ୍ୟକ । ସେଥିପାଇଁ ଚଳିତ ବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମା ପାଇଁ ଗଛଟିଏ ସ୍ଲୋଗାନ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କ୍ରମରେ ବରଗଡ଼ ଜିଲ୍ଲା ଭଟଲି ପଞ୍ଚାୟତ ପକ୍ଷରୁ ମଧ୍ୟ ବୃକ୍ଷରୋପଣ କରାଯାଇଥିଲା । ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ଭଟଲି ସରପଞ୍ଚ ପ୍ରମୋଦିନୀ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୋଟ ୫୪ ଟି ଚାରା ରୋପଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ଚାଲିବା ବୋଲି ପଞ୍ଚାୟତ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅଜୟ ଦାସ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପ୍ରଧାନ, ଏଡିଇଓ ସଞ୍ଜୀବ ରଥ, ସାମାଜିକ କର୍ମୀ ସଫେତ୍ ପଧାନ, ସଞ୍ଜୀବ ଖମାରୀ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖଙ୍କ ସମେତ ଆରଏମସି କର୍ମଚାରୀ, ହେଡ ଏଣ୍ଡ ହାର୍ଟ ପବ୍ଲିକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଵୟଂ ସହାୟିକା ଗ୍ରୁପ ର ମା ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।