ବରାହଗୁଡ଼ା ବିକାଶ ଆବାସିକ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ

0

ବରଗଡ଼, (ସଂସ୍କୃତି ମିଡ଼ିଆ )-ବରଗଡ଼ ବରାହଗୁଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟରେ ମହାଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ସର୍ବପ୍ରଥମେ ମୁଖ୍ୟ ଅତିଥି ତଥା କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଓ ଟ୍ରଷ୍ଟି ଶ୍ରୀମତୀ ଡି. ରାମ ତୁଳସୀ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ତାଙ୍କର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ କଠିନ ଧର୍ମର ପଥ ଅନୁସରଣ କରିବା ପାଇଁ କହିବା ସହିତ ଧର୍ମ ପଥରେ ଅଗ୍ରସର ହେଲେ ଭବିଷ୍ୟତ ଜୀବନ ସୁଖମୟ ହେବ ବୋଲି ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ବାଳକୃଷ୍ଣ ଓ ରାଧା ରୂପ, ଦହିହାଣ୍ଡି ଖେଳ ଓ ନୃତ୍ୟଗୀତର ଆସରରେ ସମଗ୍ର ସାରସ୍ଵତ ପରିବେଶକୁ ଉତ୍ସବମୁଖର କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ସନ୍ଧ୍ୟା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍‌ରେ ଅବସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣଙ୍କ ଭକ୍ତି ସମ୍ବଳିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ମହା ଆନନ୍ଦ ଉତ୍ସାହ ସହକାରେ ପାଳିତ ହୋଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!