ଦଧିବାମନ ଡିଗ୍ରୀ କଲେଜରେ ଆଲୋଚନା ଚକ୍ର

ଭଟଲି,୨୮।୮(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗଣତନ୍ତ୍ରରେ ନାଗରିକ ର ଭୂମିକା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଯୋଗଦେଇ ଜଣେ ନାଗରିକ ହିସାବରେ ଗଣତନ୍ତ୍ରରେ ଆମର ଭୂମିକା କିଭଳି ରହିବା ଉଚିତ୍ ସେ ବିଷୟରେ ବକ୍ତବ୍ୟ ରଖିଥିବାବେଳେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ଝାରବନ୍ଦ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଡ. ଖ୍ୟାତିମୟ ତ୍ରିପାଠୀ ଉତ୍ତମ ନାଗରିକ ର ଭୂମିକା ତଥା କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ ।
ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଭାଗର ପ୍ରାଧ୍ୟାପକ ଶ୍ୟାମଲାଲ ନାୟକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଭୁକ୍ତା ସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ କିଶନ ଅଗ୍ରୱାଲ ଅଂଶଗ୍ରହଣ କରିଥିବାବେଳେ ଅନ୍ୟତମ ଅତିଥି ଭାବେ ପ୍ରାଧ୍ୟାପକ ବିଶ୍ୱଜିତ ହୋତା, ଅଧ୍ୟାପକ ରାଜୀବ ସାହୁ, ରବିନାରାୟଣ ପଣ୍ଡା, ଅଜିତ ବାରିକ, ସୌରିନାରାୟଣ ସାହୁ, ଦୀପକ ପତି, ଦୂର୍ଗାଶିସ ପଟ୍ଟନାୟକ ଓ ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଅଧ୍ୟାପକ ବିରାଟ ପ୍ରଧାନ ନାଗରିକ ମାନଙ୍କ ଦାୟିତ୍ଵ ଗଣତନ୍ତ୍ରରେ କିଭଳି ରହିବା ଉଚିତ୍ ସେ ବିଷୟରେ ବକ୍ତବ୍ୟ ରଖିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।