ଭଟଲି ହାଇସ୍କୁଲରେ ବ୍ଲକ୍‌ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ 

0

ଭଟଲି ,୨୯।୮(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭଟଲି ବ୍ଳକ୍ ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଶ୍ରୀ ମହାନ୍ତି, ପ୍ରଧାନଶିକ୍ଷକ ଶ୍ରବଣ ସାହୁ, ଦେବାନନ୍ଦ ବିଶି, କୃଷ୍ଣ କେଦାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ବୈରାଗୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ୬ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗିତାରେ ତେଜାଗୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଓ ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ନାଟ୍ୟାଭିନୟରେ ଶ୍ରେଷ୍ଠ ଅଭିନେତା ଭାବେ କମଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ପଟ୍ଟନାୟକ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସତିହୀରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହେମକାନ୍ତି ସାହୁ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ତେଜାଗୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଚନ୍ଦ୍ରକାନ୍ତ ସାହୁ ଓ ଶ୍ରେଷ୍ଠ ଲେଖକ କମଗାଁର ଏମ୍ ପି ଜ୍ୟୋତିପ୍ରକାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଚାରକ ଭାବେ ବିରେନ୍ଦ୍ର ସାହୁ , ବନ୍ଦିତା ପଧାନ, ବୈରାଗୀ ସାହୁ ପ୍ରମୁଖ ଦାୟିତ୍ଵ ବହନ କରିଥିଲେ । ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଶ୍ରବଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସିଆର୍‌ସିସି ସୁଦାମ ସାହୁ, ସୁଶାନ୍ତ ସୁନା, ଶୁକ୍ରୁ ଗରଡିଆ, ରୋହିତ ମହାନନ୍ଦ, ସଞ୍ଜୟ ସାହୁ, ଜୟରାଜ ନାୟକ, ଗୁପ୍ତଚନ୍ଦ୍ର ରଏ, ସାନନ୍ଦ ସାହୁ, ଲୋକନାଥ ମେହେର, ସୁଜିତ ନନ୍ଦ, ବୀରେନ୍ଦ୍ର ପାଣ୍ଡେଙ୍କ ସହ ବ୍ଲକ୍‌ର ସମସ୍ତ ସିଆରସିସି, ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ, ଭଟଲି ବିଜ୍ଞାନ ମଞ୍ଚ ସଦସ୍ୟ, ସଦସ୍ୟା ଓ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!