ଅତାବିରା ବ୍ଲକ୍‌ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ

0

ଅତାବିରା ,୨୯।୮( ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେଙ୍ଗାଲିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅତାବିରା ବ୍ଳକ୍ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଝାଙ୍କର ଏବଂ ସି.ଆର.ସି.ସି. ରଞ୍ଜନ ବାଗ ମଞ୍ଚାସିନ ଥିଲେ । ଏଥିରେ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ଦେବାହାଲ ର ଶିକ୍ଷକ ଅମୃତ ବାରିକ ଙ୍କ ନିର୍ଦ୍ଦେଶନାରେ ପରିବେଷଣ କରିଥିବା ଡ୍ରାମା ଦଳ ପ୍ରଥମ ହୋଇ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ଏଥିରେ ସି.ଆର.ସି.ସି ନନ୍ଦିଘୋଷ ଭୁଏ,ଧରମ ନାଏକ, କୃତାର୍ଥ ଚନ୍ଦ୍ର ଭୁଏ, ଋଷୁଭ ପଣ୍ଡା,ନୃପ ଭୋଇ,ଜୟଦେବ ନାଏକ, ରାଜିବ ବିଶ୍ଵାଳ ଏବଂ ଶିକ୍ଷକ ହାରାଧନ ବାଞ୍ଛୋର ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!