ଭଟଲି ଶ୍ରୀ ଦଧିବାମନଙ୍କ ନୂଆଁଖାଇ ଲଗ୍ନ ନିରୁପଣ

0

ଭଟଲି,୧।୯: (ସଂସ୍କୃତି ମିଡ଼ିଆ )-ଆଜି ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ପବିତ୍ର ଦଧିବାମନ ଧାମ ଭଟଲି ଶ୍ରୀମନ୍ଦିର ଠାରେ ଶ୍ରୀ ଦଧିବାମନ ସ୍ୱାମୀଙ୍କ ନୂଆଁଖାଇ ଲଗ୍ନ ନିରୁପଣ କରିବା ପାଇଁ ଟ୍ରଷ୍ଟ ବୋର୍ଡର ଆହ୍ୱାନକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ଦଧିବାମନ ମୁକ୍ତି ମଣ୍ଡପ ପଣ୍ଡିତ ତଥା ଆଞ୍ଚଳିକ ପଣ୍ତିତ ମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ବୈଠକର ଶୁଭାରମ୍ଭ ହୋଇଥିଲା । ଉକ୍ତ ବୈଠକରେ ଆଗାମୀ ଭାଦ୍ରବ ଶୁକ୍ଲ ପଞ୍ଚମୀ ତା. ୮.୦୯.୨୦୨୪ ରିଖ ରବିବାର ଋଷି ପଞ୍ଚମୀ ସକାଳ ଘ. ୯.୧୨ ମିନିଟ ଗତେ ଘ. ୯.୨୬ ମିନିଟ ମଧ୍ୟେ ଶ୍ରୀ ଦଧିବାମନଙ୍କୁ ନୂଆଁଭୋଗ ଅର୍ପଣ କରାଯିବାର ସ୍ଥିରୀକୃତ କରାଯାଇଛି । ଏହି ବୈଠକରେ ଦଧିବାମନ ମୁକ୍ତି ମଣ୍ଡପ ସଭାପତି ପଣ୍ଡିତ ନେହେରୁଲାଲ ସତପଥୀ, ସମ୍ପାଦକ ପଣ୍ଡିତ ଗୌରଚନ୍ଦ୍ର ରଥ ସମେତ ଆଞ୍ଚଳିକ କର୍ମକାଣ୍ଡିୟ ପଣ୍ଡିତ ମାନଙ୍କ ଉପସ୍ଥିତିରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!