ଭୁତପୂର୍ବ ସୈନିକଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା

ସରଣ୍ଡା, 5/9(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତ ପଞ୍ଚାୟତ ହାଇସ୍କୁଲଠାରେ ଗୁରୁଦିବସ ଅବସରରେ ଗୁରୁବାର ଭୁତପୂର୍ବ ସୈନିକଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଅତାବିରା ସୈନିକ କଲ୍ୟାଣ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସତ୍ୟଭାମା ପ୍ରଧାନ ଅଧ୍ୟକ୍ଷତା କରିଥିଲେ l
ସଭାରେ ସଂଘର ସଭାପତି ଅରୁଣ କୁମାର ବାରିକ, ଅବସରପ୍ରାପ୍ତ ସୈନିକ ରମେଶ ଚନ୍ଦ୍ର ମେହେର, କାଶୀଶ୍ୱର ବେହେରା, କ୍ଷିରେଶ୍ୱର ପ୍ରଧାନ, ଗୌତ୍ତମ ପ୍ରଧାନ, ନଜର ଅହମ୍ମଦ ପ୍ରମୁଖ ମଂଚାସୀନ ଥିଲେ l ସ୍କୁଲର ଶିକ୍ଷୟିତ୍ରୀ ସତ୍ୟଭାମା ପ୍ରଧାନ, ଜୟନ୍ତୀ ସାହୁ, ଶିକ୍ଷକ ଦୀପକ କୁମାର ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ରୂପଚନ୍ଦ୍ର ମେଣ୍ଡେଲି, ଦେବାନନ୍ଦ ସାହୁଙ୍କ ସମେତ ଜୁନିୟର କ୍ଲାକ ନରୋତ୍ତମ ପ୍ରଧାନ, ଚତୁର୍ଥୀ ଶ୍ରେଣୀ କର୍ମଚାରୀ ଭୋପାଲ ସାହୁ ଓ ଯୁଧିଷ୍ଠିର ସାହୁଙ୍କୁ ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ହାଇସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ସହ ଦେଶାତ୍ମକବୋଧ ଗୀତ ଗାନ କରିଥିଲେ l ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦୀପକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l