ଅତାବିରାରେ ବ୍ଲକସ୍ତରୀୟ ଗୁରୁ ଦିବସ, 278 ଶିକ୍ଷକ ସମ୍ବର୍ଦ୍ଧିତ  ଲାଇବ୍ରେରୀ ପାଇଁ ୫ ଲକ୍ଷ ଅନୁଦାନ ଘୋଷଣା କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ 

0

ସରଣ୍ଡା, 5/9(ସଂସ୍କୃତି ମିଡ଼ିଆ ) – ବରଗଡ଼ ଜିଲା ଅତାବିରା ବ୍ଲକ ସ୍ତରୀୟ ଗୁରୁଦିବସ ସ୍ଥାନୀୟ ସରସ୍ଵତୀ ମଣ୍ଡପ ଠାରେ ଅତାବିରା ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଗୁରୁବାର ପାଳିତ ହୋଇଯାଇଛି । ଅତାବିରା ଗୋଷ୍ଠୀ ଶିକ୍ଷାଧିକାରିଣୀ ମିଶ୍ରାଣୀ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ପୂର୍ବତନ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତାବିରା ଏବିଇଓ ରବୀନ୍ଦ୍ର କୁମାର ସାହୁ, ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଗଣେଶ ଓ ସରସ୍ଵତୀ ଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ ସହ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଚଳିତ ବର୍ଷ ଅବସର ନେଇଥିବା ଚବିଶ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ମାନପତ୍ର,ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ପୂର୍ବରୁ ଅବସର ଗ୍ରହଣ କରିଥିବା ଦୁଇଶହ ଚଉବନ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫୁଲ ଚନ୍ଦନରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ମୁଖ୍ୟ ଅତିଥି ସାଂସଦ ପୁରୋହିତ ତାଙ୍କ ଅଭିଭାଷଣରେ “ଛାତ୍ରୀଛାତ୍ରମାନଙ୍କୁ ନୈତିକ ଶିକ୍ଷା, ବୈଷୟିକ ଶିକ୍ଷା, କର୍ମଭିତ୍ତିକ ଶିକ୍ଷା, ଚରିତ୍ର ଗଠନ ଶିକ୍ଷା, ସର୍ବୋପରି ସ୍ବାବଲମ୍ବୀ ହେବାର ଅପୂର୍ବ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ସେମାନଙ୍କୁ ଶ୍ରେୟ କରିଥାଏ ବୋଲି କହିଥିଲେ l ସଂଘର ଦାବି ମୁତାବକ ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ମଧ୍ୟରେ ଅତାବିରାରେ ଲାଇବ୍ରେରୀ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ସଭା ମଞ୍ଚରୁ ଘୋଷଣା କରିଥିଲେ ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ l ଏହି କାର୍ଯ୍ୟକ୍ରମରେ ସନ୍ତୋଷ କର,ମନୋରଞ୍ଜନ ମିଶ୍ର , ନନ୍ଦିଘୋଷ ଭୁଏ, ଧ୍ରମେନ୍ଦ୍ର ପତି,କେଶବ ଛନ୍ଦ,ନୃପ ଭୋଇ,ଅର୍ଜୁନ ଚନ୍ଦ୍ର ପରିଡ଼ା,ବିରେନ୍ଦ୍ର କୁମାର ଭୋଇ, ପ୍ରମୋଦ କୁମାର ଭୋଇ , ଅଳକା ଦାସ, ଅଞ୍ଜଳି ପ୍ରଧାନ,ସୁଜାତା ପ୍ରଧାନୀ, ରୁଚିଶ୍ମିତା ସାହୁ, ଉଷାରାଣୀ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରକାଶ ଚନ୍ଦ୍ର ଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ।

 


Leave a Reply

Your email address will not be published. Required fields are marked *

error: Content is protected !!