ନୂଆଁଖାଇ ଅବସରରେ ପ୍ରତିଭା ପ୍ରତିଯୋଗିତା

ସରଣ୍ଡା, 9/9(ସଂସ୍କୃତି ମିଡ଼ିଆ )- ପଶ୍ଚିମ ଓଡିଶାର ସିଘା ତିହାର ତଥା ମହାନ ଗଣପର୍ବ ନୁଆଁଖାଇ ଅବସରରେ ବରଗଡ଼ ଜିଲା ଅତାବିରା ବ୍ଲକ ଗମ୍ଭାରୀପାଲି ବସ୍ତି ଗଣେଶ ପୂଜା କମିଟି ତରଫରୁ ଛାତ୍ରୀଛାତ୍ର ମାନଂକୁ ନେଇ ଚିତାଙ୍କନ, ନୃତ୍ୟ ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ରବିବାର ରାତ୍ରିରେ ଆୟୋଜନ କରାଯାଇଥିଲା l ଅବସରପ୍ରାପ୍ତ ବାୟୁସେନାର ଯବାନ ଲଳିତ ପ୍ରଧାନ,ଅବସରପ୍ରାପ୍ତ ସ୍ଥଳସେନାର ଯବାନ ଗଣପତି ପ୍ରଧାନ, ଚଂଦେଲି ଉଚ୍ଚବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀମନ୍ତ ପ୍ରଧାନ ଓ ସରସ୍ୱତୀ ଶିଶୁମନ୍ଦିରର ଗୁରୁମା ସସ୍ମିତା କର୍ଣ୍ଣ ନିମନ୍ତ୍ରିତ ଅତିଥି ରୂପେ ଯୋଗଦାନ କରିଥିଲେ l ସମସ୍ତ କୃତି ପ୍ରତିଯୋଗୀ ଓ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଂକୁ ନିମନ୍ତ୍ରିତ ଅତିଥି ମାନଙ୍କର ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମସ୍ତ ପ୍ରତିଯୋଗିତା ଓ ଆୟୋଜିତ ସଭାକୁ ପ୍ରତୁଲ କୁମାର କର୍ଣ୍ଣ ପରିଚାଳନା କରିଥିବା ବେଳେ ସଭା ଶେଷରେ ନନ୍ଦକାହ୍ନା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଗଣେଶ ପୂଜାକମିଟିର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ l