ଅପାମରାରେ ସ୍ବେଛାକୃତ ରକ୍ତଦାନ: ୪୩ୟୁନିଟ ରକ୍ତ ସଂଗୃହିତ 

0

ସରଣ୍ଡା, 10/9(ଯୁଧିଷ୍ଠିର ମହାପାତ୍ର )- ମଙ୍ଗଳବାର ଦିନ ସକାଳ ୧୦ଟା ସମୟରେ ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପାମରା କଲ୍ୟାଣ ମଣ୍ଡପ ଠାରେ ମାଁ ମାହେଶ୍ୱରୀ ସେନା ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ମା ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚନା କରାଯାଇ ଏହି ଶିବିରକୁ ଡୁମାଲ ପରିଷଦ, ବରଗଡ଼ ଜିଲ୍ଲା ସଭାପତି ଗଣେଶ ପ୍ରଧାନ, ଡୁମାଲ ପରିଷଦ,ବକଟି କେନ୍ଦ୍ର ସଭାପତି ନିତ୍ୟାନନ୍ଦ ପ୍ରଧାନ, ରାଜ୍ୟ ଡୁମାଲ ପରିଷଦର ସଭ୍ୟ ସଚ୍ଚିଦାନନ୍ଦ ଛନ୍ଦ ଫିତା କାଟି ଉଦଘାଟନ କରିଥିଲେ l

ଭୀମସାର,ବୁର୍ଲ୍ଲl ରକ୍ତଭଣ୍ଡାର ର ଡାକ୍ତର, ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିରରେ ରକ୍ତ ସଂଗୃହିତ ହୋଇଥିଲା l ପ୍ରଥମ କରି ୧୪ଜଣ ରକ୍ତଦାନ କରିଥିଲେ l ଏହି ଶିବିରରେ ୬ଜଣ ମହିଳା ଓ୩୭ଜଣ ପୁରୁଷ ଙ୍କ ସହିତ ସର୍ବମୋଟ ୪୩ ଜଣ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରକୁ ମାଁ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ, ଅପାମରା ମାହେଶ୍ୱରୀ ମନ୍ଦିରର ସେବାୟତ ବୃନ୍ଦ ଓ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!