କୋଶଳ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ

0

ସରଣ୍ଡା, 14/9(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ନୂଆଁଖଇରପାଲି ସ୍ଥିତ କୋଶଳ ବିଦ୍ୟାଳୟରେ ଶନିବାର ହିନ୍ଦୀ ଦିବସ ସମାରୋହରେ ପାଳିତ ହୋଇଯାଇଛି l ଶିକ୍ଷକ ସୁଧୀର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ନିର୍ଦ୍ଦେଶିକା ନଳିନୀ ପଟ୍ଟନାୟକ, ସହ ନିର୍ଦ୍ଦେଶିକା ମଧୁ ପଟ୍ଟନାୟକ ଏବଂ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା ମଞ୍ଚାସୀନ ଥିଲେ । ଶିକ୍ଷକ କମଳାକାନ୍ତ ବେସନ ଏବଂ ବିଦ୍ୟାଳୟ ର ଛାତ୍ରୀଛାତ୍ରମାନେ ହିନ୍ଦୀ ଭାଷା ର ମହିମା ତଥା ଏହାର ପ୍ରଚାର ପ୍ରସାର ବାବଦରେ ଅଭିଭାଷଣ ପ୍ରଦାନ କରିଥିଲେ । ଆକୁମାରୀ ହିମାଚଳ ଭାରତ କୁଏକତାସୂତ୍ର ରେ ବାନ୍ଧି ରଖୁଥ‌ିବା ହିନ୍ଦୀ କେବଳ ଗୋଟିଏ ଭାଷା ନୁହେଁ ବରଂ ଏକ ଅପୂର୍ବ ଜୀବନ ଧାରା ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ l ଶିକ୍ଷକ ଅଶୋକ କୁମାର ସାଙ୍କ ତତ୍ୱାବଧାନରେ ଆୟୋଜିତ କୁଇଜ ପ୍ରତିଯୋଗୀତା କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ପାଲଟିଥିଲା l ସେ ଏହାକୁ ପରିଚାଳନା ମଧ୍ୟ କରିଥିଲେ । ରହୀମ ଦଳର ପ୍ରତିଯୋଗୀ ଆଞ୍ଚଲ ମିଶ୍ର ଓ ଅଲିଶା ଶର୍ମା ପ୍ରଥମ,ଏବଂ ତୁଲସୀ ଦାସ ଦଳର ନିଶିତା ଉପାଧାୟ ଓ ରାଖୀ ପ୍ରଧାନ ଦ୍ବିତୀୟ ସ୍ଥାନ ଦଖଲ କରି ବିଜୟୀ ହୋଇଥିଲେ l ୭ମ ଓ ୮ମ ଶ୍ରେଣୀର ଛାତ୍ରୀମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା | ଶିକ୍ଷକ ସୁଶୀଲ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!