ଅତାବିରା ବ୍ଲକ ଶିକ୍ଷକ ଏକାଦଶ ଫୁଟବଲ ଲିଗ୍

ସରଣ୍ଡା,16/9(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଭୂର୍ଶିପାଲି ଫୁଟବଲ ଖେଳ ପଡ଼ିଆରେ ଅତାବିରା ବ୍ଳକ୍ ଶିକ୍ଷକ ଏକାଦଶ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଲିଗ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଷ୍ଟ ଶିକ୍ଷକ ଏକାଦଶ ଏବଂ ୱେଷ୍ଟ ଶିକ୍ଷକ ଏକାଦଶ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ଫାଇନାଲ ମ୍ୟାଚରେ ଇଷ୍ଟ ଶିକ୍ଷକ ଏକାଦଶ ର କ୍ୟାପଟେନ ଙ୍କ ସୁଦାମ ଭୋଇ ଙ୍କ ଚମତ୍କାର ଖେଳ ଯୋଗୁଁ ୱେଷ୍ଟ ଶିକ୍ଷକ ଏକାଦଶ ୬-୫ ରେ ପରାସ୍ତ ହୋଇଥିଲେ । ମ୍ୟାଚ୍ ରେ ଗୋଲ ସ୍କୋର କରି ଥିଲେ ମହେନ୍ଦ୍ର ପ୍ରଧାନ ,ପ୍ରଶାନ୍ତ ସେଠ୍,ସୁଦାମ ଭୋଇ ଓ ସୁନୀଲ ଭୋଇ । ରମେଶ ଭୁଏ ଓ ତ୍ରିଲୋଚନ ଖମାରୀ ଗୋଲ କିପର ରହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନନ୍ଦିଘୋଷ ଭୁଏ,କୃତାର୍ଥ ଚନ୍ଦ୍ର ଭୁଏ,ଜଗମୋହନ ଭୁଏ, ଗୁଣମଣି ଲୁହା,ମନୋଜ ଭୋଇ,ଧରମ ବାରିକ,ଧୋବା ଭୋଇ,ଆଶିଷ ନାଥ,ରବି ପ୍ରସାଦ ଗୁପ୍ତା,କୈଳାସ ଭୁଏ,ଗୋପୀନାଥ ମିର୍ଦ୍ଧା,ରାଜୀବ ବିଶ୍ବାଳ,ମୁକେଶ ଭୂସାଗର,ପ୍ରମୋଦ ମଲ୍ଲିକ ଅଂଶଗ୍ରହଣ କରିଥିଲେ । ଟିଙ୍ଗିପାଲି ଓ ଭୂର୍ଷିପାଲି ର ଯୁବକ ମାନେ ସହଯୋଗ କରିଥିଲେ ।