ଖେଳ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ 

0

ସରଣ୍ଡା , 13/9(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ପୁଷ୍ପଲତା ନାଏକ (୫୭ ) ଶୁକ୍ରବାର ଅକାଳ ବିୟୋଗ ହୋଇଯାଇଛି l ସୋହେଲା ବ୍ଲକ ସରକଣ୍ଡା ଗ୍ରାମର ମୂଳ ବାସିନ୍ଦା ସ୍ବର୍ଗତା ପୁଷ୍ପଲତା 2006 ମସିହାରୁ ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇ ଏବେ ଯାଏଁ କାର୍ଯ୍ୟ କରି ଆସୁଥିଲେ l ଗତ ଜାନୁଆରୀ ମାସରେ ହୃଦଘାତରେ ଆକ୍ରାନ୍ତ ହୋଇ ଅପରେସନ ହୋଇଥିଲେ l ତେବେ ଗତ ୯ ତାରିଖ ସୋମବାର ଦିନ ତାଙ୍କ ସରକଣ୍ଡା ଘରେ ପଡି ଯିବାରୁ ମୁଣ୍ଡରେ ଗଭୀର ଆଘାତ ପାଇ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ତେବେ ଆଜି ଶୁକ୍ରବାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏପେଲୋ ହସ୍ପିଟାଲକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ନେଉଥିବା ବେଳେ ବାଟରେ ଦିନ ୧ ଟା ୧୫ ରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା l ତାଙ୍କ ପାର୍ଥିବ ଶରୀର ଅତାବିରା ପହଞ୍ଚିବା ପରେ ପ୍ରଥମେ ଅତାବିରା ହାଇସ୍କୁଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ପରେ ସେ ଚାକିରୀ କରୁଥିବା ଅତାବିରା ସରକାରୀ ବାଳିକା ବିଦ୍ୟାଳୟରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଶୋକାକୁଳ ଛାତ୍ରୀଛାତ୍ରଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଉଛନ୍ତି l

ଏହି ଚାକିରୀ ସମୟରେ ସେ ସମସ୍ତଙ୍କ ସହ ବେଶ ଭଲଭାବେ ମିଶି ପାରିଥିଲେ l ସରଳ ମିଷ୍ଟଭାଷୀ ସ୍ଵଭାଵ ଫଳରେ ସହଯୋଗୀଙ୍କ ସହ ଛାତ୍ରୀଛାତ୍ର ଙ୍କ ବେଶ ପ୍ରିୟ ହୋଇପାରିଥିଲେ l ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିବା ପରେ ସରକଣ୍ଡା ଗ୍ରାମବାସୀ ରୁଣ୍ଡ ହୋଇ ଅଶ୍ରୁଳ ନୟନରେ ଶେଷ ଦର୍ଶନ କରିଥିଲେ l ସେ ତାଙ୍କ ପଛରେ ସ୍ୱାମୀ ଅବସରପ୍ରାପ୍ତ ଶିକ୍ଷକ ସାଗରଲାଲ ବାରିକ, ପୁତ୍ର -ସ୍ଵାସ୍ୱତ ଓ ସାରସ୍ୱତ ଙ୍କ ସମେତ ପୁତ୍ରବଧୂ ଓ ନତିଙ୍କୁ ଛାଡିଯାଇଛନ୍ତି l ଅତାବିରା ସରକାରୀ ବାଳିକା ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମୀଚାରୀ ଏବଂ ଅତାବିରା ବାଳକ ହାଇସ୍କୁଲର ଖେଳ ଶିକ୍ଷକ ସୁଦୀପ୍ତ ସାହୁ, ଅବସରପ୍ରାପ୍ତ ଖେଳ ଶିକ୍ଷକ ଲବ ସାହୁ ସରକଣ୍ଡା ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ l ସ୍ବର୍ଗତା ପୁଷ୍ପଲତା ଙ୍କ ଶେଷକୃତ୍ୟ ପାଇଁ ସ୍କୁଲ ପକ୍ଷରୁ ଦଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା l ଅତାବିରାରେ ସ୍ଥାନୀୟ ଜନ କଲ୍ୟାଣ କୁଳିତା ସମାଜର ସଭାପତି ଦିବାକର ପ୍ରଧାନ, ଶିକ୍ଷକ ଅମୃତ ବାରିକ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ଶେଷ ଦର୍ଶନ କରିଥିଲେ l ସରକଣ୍ଡା ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସନ୍ଧ୍ୟା 6ଟା 30 ରେ କରାଯାଇଛି l ତାଙ୍କ ବଡ଼ ପୁଅ ସ୍ଵାସ୍ୱତ ବାରିକ ମୁଖାଗ୍ନି ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!