ସାମ୍ବାଦିକ ତୀକ୍ଷ୍ମ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ର ଅଧିକାରୀ || ନିର୍ଭୀକତା ର ସହ କାର୍ଯ୍ୟ କରନ୍ତୁ — ବିଧାୟକ ସନତ ଗଡତିଆ ଜାବ ର ସାଧାରଣ ପରିଷଦ ବୈଠକ

0

ବିଜେପୁର, 29/9(ସଂସ୍କୃତି ମିଡ଼ିଆ )-ସାମ୍ବାଦିକ ମାନେ ତୀକ୍ଷ୍ମ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵର ଅଧିକାରୀ ଅଟନ୍ତି ଏବଂ ସେମାନେ ନିର୍ଭୀକତାର ସହ କାର୍ଯ୍ୟ କରି ସମାଜର ଯେତେ ସର୍ବୋଚ୍ଚ ସ୍ତରର ବ୍ୟକ୍ତି ବିଶେଷ ଥଲେ ମଧ୍ୟ ଭୁଲ ର ତଥ୍ୟ ଉଜାଗର କରିବାକୁ ଆଗଭର ହେବା ଜରୁରୀ ବୋଲି ଆଜି ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ( ଜାବ) ର ସାଧାରଣ ପରିଷଦ ବୈଠକରେ ମତବ୍ୟକ୍ତ କରିଛନ୍ତି ବିଜେପୁର ବିଧାୟକ ସନତ ଗଡତିଆ । ବିଜେପୁର ମଧ୍ୟପଡା କଲ୍ୟାଣ ମଣ୍ଡପରେ ଜାବ ର ସଭାପତି ରବି ନାରାୟଣ ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକର ବିଧାୟକ ଶ୍ରୀ ଗଡତିଆ କହିଥିଲେ ଯେ ସାମ୍ବାଦିକ ମାନଙ୍କ ଜରିଆ ରେ ଅଞ୍ଚଳ ର ଜନ ସମସ୍ୟା ଲୋକ ଲୋଚନ କୁ ଆସିଥାଏ । ସେ କହିଥିଲେ ଯେ ସମ୍ବାଦ ପରିବେଷଣ ରେ ସମାଲୋଚନା ଜରୁରୀ ଅଟେ , ସେହି ସମାଲୋଚନା ମୂଳକ ଖବରକୁ ଜଣେ ରାଜ ନେତା ସକାରାତ୍ମକ ଭାବେ ତର୍ଜମା କରି କାର୍ଯ୍ୟ କଲେ ସେହି ଅଞ୍ଚଳର ଉନ୍ନତି ନିଶ୍ଚିତ ହୋଇ ପାରିବ । ସେ ଏହି ଅବସରରେ ସାମ୍ବାଦିକ ମାନଙ୍କ ଯେଉଁ ସବୁ ଦାବୀ ରହିଛି ତାହା ଆମର ଅନ୍ୟ ବିଧାୟକ ମାନଙ୍କୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । ସେ ଏହି ଅବସରରେ ନିଜ ନିର୍ବାଚନ ମଣ୍ଡଳୀ ର ବିଜେପୁର , ବରପାଲି ଓ ଗାଇସିଲେଟ ବ୍ଲକ୍ ରେ ଜମି ଚିହ୍ନଟ କରାଯାଇ ସାମ୍ବାଦିକ ଭବନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଆଜି ଜାବ ର ଏହି ବୈଠକ ରେ ସାମ୍ବାଦିକ ଙ୍କ ସ୍ୱାସ୍ଥ୍ୟ ବୀମା କୁ ୫ ଲକ୍ଷ ରୁ ୧୦ ଲକ୍ଷ ବୃଦ୍ଧି , ସ୍ୱାସ୍ଥ୍ୟ ବୀମା ରେ ପିତାମାତା ଙ୍କୁ ସଂଯୋଗ କରିବା, ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ଅବସର ପରେ ସାମ୍ବାଦିକ ଙ୍କୁ ପେନସନ ପ୍ରଦାନ କରିବା ଦାବୀ ନେଇ  ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିବା , ଅକ୍ଟୋବର ୨୦ ତାରିଖ ସୁଦ୍ଧା ସଦସ୍ୟତା ନବୀକରଣ କରିବା , ଅକ୍ଟୋବର ୨୭ ରେ ଦ୍ବିବାର୍ଷିକ ସମାବେଶ ସହ ନିର୍ବାଚନ ବରପାଲି ୟୁନିଟ ରେ ଅନୁଷ୍ଠିତ ହେବାର ନିଷ୍ପତି ନିଆଯାଇଥିଲା । ସେହିପରି ଆଗାମୀ ଡ଼ିସେମ୍ବର ୫ ରେ ଅତାବିରା ରେ ନୂତନ କମିଟୀ କୁ ସ୍ୱାଗତ ସମ୍ବର୍ଦ୍ଧନା , ଆଗାମୀ ଦିନରେ ଜିଲ୍ଲା ର ଦ୍ଵିମାସିକ ସାଧାରଣ ପରିଷଦ ବୈଠକ ବୈଠକ ଆଲଫlବେ୍ଟିକାଲ କ୍ରମରେ ପ୍ରତି ୨ ମାସ ରେ ବ୍ଲକ ୟୁନିଟ ପକ୍ଷରୁ ଆୟୋଜନ କରାଯିବ । ସେହିପରି ନଭେମ୍ବର ମାସ ରେ ପାଇକମାଳ ଠାରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାର ନିଷ୍ପତି ହୋଇଥିଲା । ବୈଠକ ରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ ମିଶ୍ର , ଜିଲ୍ଲା ଉପ ସଭାପତି ପ୍ରଭୁ ଚରଣ ମହାନ୍ତି ଓ ବ୍ୟୋମକେଶ କର ମଞ୍ଚାସୀନ ଥିଲେ । ସଭା ଆରମ୍ଭରେ ବିଜେପୁର ୟୁନିଟ ର ଜିତେନ୍ଦ୍ରୀୟ ମେହେର  ସ୍ଵାଗତ ଭାଷଣ  ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସଂଯୋଜକ ପାଣ୍ଡବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!