ରେଙ୍ଗାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି

0

ଅତାବିରା , 29/9(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଭା ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ପାହାଡ଼ଶ୍ରୀଗୀଡା ଯୁକ୍ତ 2 ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାହୁ, ପାହାଡଶ୍ରୀଗୀଡା ସରପଞ୍ଚ ଗୀତାଞ୍ଜଳୀ ପ୍ରଧାନ, ପୂର୍ବତନ ସରପଞ୍ଚ ବିଜୟ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ l

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜୟଦେଵ ନାଏକ, ପାହାଡ଼ଶ୍ରୀଗୀଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ସେଠ, ପରିଚାଳନା କମିଟି ର ସଭାପତି ସନ୍ତୋଷ ମାଝୀ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିଶାଖା କୁମ୍ଭାର, ଗୋପିକା ଅଂଶୁମାନ ପ୍ରଧାନ ସେଠ, ମାଧୁରୀ କେରକେଟା, ମନ୍ଦାକିନୀ ଦେହୁରୀ, ମାନଶ କୁମାର ବିଶି, ଉମାଚାରଣ ସେଠ,ଦୀପଞ୍ଜଳି ସେଠୀ, ଦୀପଞ୍ଜଳି ମାଝୀ, ସୀମା ଟପ୍ପୋ, ଲଷ୍ମୀପ୍ରସାଦ ବାଗ, ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଗଣ ସହଯୋଗ କରିଥିଲି l ଭବାନୀ ଶଙ୍କର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ସଂଘମିତ୍ରା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l

 


Leave a Reply

Your email address will not be published. Required fields are marked *

error: Content is protected !!