ଅତାବିରାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅକ୍ଟୋବର ୨୧ ରୁ ୨୩

0

ଅତାବିରା, 5/10(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ

ଅତାବିରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଉଚ୍ଚ ବିଦ୍ୟାଳୟ ଅତାବିରା ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ,ବ୍ଳକ୍ କ୍ରୀଡା ସମ୍ପାଦକ ସୁଦୀପ୍ତ କୁମାର ସାହୁ,ପୂର୍ବତନ ବ୍ଲକ୍ କ୍ରୀଡା ସମ୍ପାଦକ ଲବ ସାହୁ,ଲହଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧାରାଣି ପଣ୍ଡା, କୁଲୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ ଏବଂ ଲାଦରପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ବୈଠକରେ ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସି.ଆର.ସି.ସି. ଋଷୁଭ ପଣ୍ଡା,ନନ୍ଦିଘୋଷ ଭୁଏ,ରଞ୍ଜନ ବାଗ,ଧରମ ନାଏକ,ରାଜୀବ ବିଶ୍ଵାଳ , ନୃପ ଭୋଇ, କୃତାର୍ଥ ଚନ୍ଦ୍ର ଭୁଏ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୨୧ ରୁ ୨୩ ତାରିଖ ରେ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!