ଗୋଡ଼ଭଗା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଶାନ୍ତି କମିଟୀ ବୈଠକ, ଚୂଡାନ୍ତ ପ୍ରସ୍ତୁତି

ଗୋଡ଼ଭଗା , 5/9(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଶାନ୍ତି କମିଟୀ ବୈଠକ ଶନିବାର ଅନୁଷ୍ଠିତ ହୋଇ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି l ଦୁର୍ଗାପୂଜା କମିଟୀ ସଭାପତି ରାମକୃଷ୍ଣ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୋଡଭଗା ଫାଣ୍ଡି ଅଧିକାରୀ ସର୍ବେଶ୍ଵର ସାହୁ, ଗୋଡଭଗା ବିଦ୍ୟୁତ୍ ବିଭାଗ ସେକ୍ସ୍ନାଲ ଅଫିସର ଲେଲିନ ମେହେର, ସମ୍ପାଦକ ଦେବବ୍ରତ ରଥ ଓ କର୍ତ୍ତା ପ୍ରଦୀପ ପ୍ରଧାନ ମଞ୍ଚାସିନ ଥିଲେ । ଏଥିରେ ଗୋଡ଼ଭଗା ଅଞ୍ଚଳର ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ସଭାପତି ଓ ସମ୍ପାଦଜ ଗଣ ଉପସ୍ଥିତ ଥିଲେ l
ବୈଠକକୁ ମଧୁସୂଦନ ଶର୍ମା ସଂଯୋଜନା କରିଥିବା ବେଳେ ବରିଷ୍ଟ ସଦସ୍ୟ କୁଳମଣି ପ୍ରଧାନ, ଗୋଡ଼ଭଗା ନାଗରିକ କମିଟିର ସଭାପତି ହାରାଧନ ବାରିକ, ସୁରେଶ ଦାଶ, ପ୍ରମୁଖ ନିଜ ନିଜ ପ୍ରସ୍ତାବ ଉପସ୍ଥାପନ କରିଥିଲେ l ଦୁର୍ଗାପୂଜାକୁ କିଭଳି ଶାନ୍ତିଶୃଙ୍ଖଳା ସହ ସମ୍ପୂର୍ଣ୍ଣ କରାଯିବ ସେନେଇ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା l
ତା.୦୯.୧୦.୨୦୨୪ (ଗୁରୁବାର) ରାଧାକୃଷ୍ଣ ସଂକୀର୍ତ୍ତନ୍ୟ ମଣ୍ଡଳୀ ରେମଣ୍ଡା (ମାଷ୍ଟର ପାର୍ଟି) ତା.୧୦ ତାରିଖ (ଗୁରୁବାର) ରାମଲୀଳା ମହୋତ୍ସବ ଓ ନଟରାଜ କଳା ପରିଷଦ, ଅତାବିରା, 11 ତାରିଖ (ଶୁକ୍ରବାର) ରାମଲୀଳା ମହୋତ୍ସବ ଓ ଅତାବିରା କୁରେଫୁଲ
ସାଂସ୍କୃତିକ ଅନୁଷ୍ଠାନ, ତା.୧୨.୧୦.୨୦୨୪ (ଶନିବାର) ରାମଲୀଳା ମହୋତ୍ସବ ଓ ବରଗଡ଼ ଓଲେ-ଓଲେ ତାରା-ରା-ରା ଅର୍କେଷ୍ଟା, ଦୁଲମପୁର ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ କୃଷ୍ଣଗୁରୁ ଭଜନ ମଣ୍ଡଳୀ, ତା.୧୩.୧୦.୨୦୨୪ (ରବିବାର) ରାମଲୀଳା ମହୋତ୍ସବ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସେହିଭଳି ରାମଲୀଳା କାର୍ଯ୍ୟକ୍ରମରେ ତା.୧୦.୧୦.୨୦୨୪ (ଗୁରୁବାର) ରାବଣର ରାଜ୍ୟାଭିଷେକ, ରାବଣ ଓ
ଲଙ୍କେଶ୍ବରୀ ନଗର ପରିକ୍ରମା, ତା.୧୧.୧୦.୨୦୨୪ (ଶୁକ୍ରବାର) ରାମଙ୍କ ବନଗମନ, ସୀତାଚୋରୀ ଲଙ୍କଶ୍ବରୀ ଦେବୀ ଓ ହନୁମାନ ଯୁଦ୍ଧ, ହନୁମାନ ଓ ଇନ୍ଦ୍ରଜିତ ଯୁଦ୍ଧ, ତା.୧୨.୧୦.୨୦୨୪ (ଶନିବାର) ଲଙ୍କାପୋଡ଼ି, କୁମ୍ଭକଣ୍ଠଙ୍କ ନିଦ୍ରାଭଙ୍ଗ ଓ ରାମଙ୍କ ଦୁର୍ଗାମାତାଙ୍କୁ ଆରାଧନା ତା.୧୩.୧୦.୨୦୨୪ (ରବିବାର) ରାମ ଓ ରାବଣ ଯୁଦ୍ଧ, ଇନ୍ଦ୍ରଜିତ ଓ କୁମ୍ପକଣ୍ଠ ବଧ, ରାବଣ ବଧ ଏବଂ ରାବଣ ପୋଡ଼ିରେ ଆତିସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସମ୍ପାଦକ ଦେବବ୍ରତ ରଥ ଜଣାଇଛନ୍ତି l