ଅତାବିରାରେ ବରଗଡ଼ ଜିଲା ସ୍ତରୀୟ କ୍ରୀଡା ପାଇଁ ପ୍ରସ୍ତୁତି ଚୂଡାନ୍ତ

0

ଅତାବିରା , 7/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଉଚ୍ଚ ବିଦ୍ୟାଳୟଠାରେ ଜିଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଶେଷ ଚୂଡାନ୍ତ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନ ୩ ଟାରେ ଅନୁଷ୍ଠିତ ହୋଇଯାଇଛି । ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଉଚ୍ଚ ବିଦ୍ୟାଳୟ ଅତାବିରା ର ପ୍ରଧାନ ଶିକ୍ଷକ ମନୋଜ ହରିପାଲ,ବ୍ଳକ୍ କ୍ରୀଡା ସମ୍ପାଦକ ସୁଦୀପ୍ତ କୁମାର ସାହୁ,ଅତାବିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଏବଂ ପୂର୍ବତନ ଜିଲ୍ଲା କ୍ରୀଡା ନିରୀକ୍ଷକ ତ୍ରିଲୋକ୍ୟ ନାୟକ ମଞ୍ଚାସିନ ଥିଲେ । ପ୍ରଥମ ଦିନ ଅର୍ଥାତ୍ ୨୧-୧୦-୨୦୨୪ ପ୍ରତିଯୋଗୀ ମାନଙ୍କର ନାମ ପଞ୍ଜିକରଣ ସହ ସ୍ବାଗତମ ଦ୍ଵିତୀୟ ଦିନ ୧୦୦,୨୦୦,୪୦୦,୮୦୦,୧୫୦୦,୩୦୦୦ ମିଟର ଦୌଡ଼ ,ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ରିଲେ ଦୌଡ଼, ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ l ବରଗଡ଼ ଜିଲାର ପ୍ରତି ବ୍ଲକ୍ ରୁ ୨୫ ଜଣ ଲେଖାଏଁ ପ୍ରତିଯୋଗୀ ଭାଗ ନେବେ । ମୋଟ ୩୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ l ଏହି ପ୍ରତିଯୋଗିତାରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

ଏହି ବୈଠକରେ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ । ସି.ଆର.ସି.ସି. ଋଷୁଭ ପଣ୍ଡା, ନନ୍ଦିଘୋଷ ଭୁଏ,ରଞ୍ଜନ ବାଗ,ଧରମ ନାଏକ,ରାଜୀବ ବିଶ୍ଵାଳ , ନୃପ ଭୋଇ, କୃତାର୍ଥ ଚନ୍ଦ୍ର ଭୁଏ ,କିଚକ ସୁନା,ତ୍ରିଲୋଚନ ସେଠ୍,କେଶବ ଛନ୍ଦ,ରଶ୍ମିରାଣୀ ନନ୍ଦ ଉପସ୍ଥିତ ଥିଲେ । ଜିଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୨୧ ରୁ ୨୩ ତାରିଖ ଯାଏଁ ଅତାବିରାରେ ହେବ l ଏଣୁ ଏଥିପାଇଁ କାର୍ଯ୍ୟକାରୀ କମିଟି ଗଠନ ସହ କିପରି ଆୟୋଜନ କରାଯିବ ସେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ବୈଠକରେ ହୋଇଥିଲା । ଶେଷରେ କୁଲୁଣ୍ଡା ସ୍ବାମୀ ବିବେକାନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!