ବନ୍ୟଜନ୍ତୁ ଉଦ୍ଧାର ପାଇଁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଟଲି, 7/10(ସଂସ୍କୃତି ମିଡ଼ିଆ )-ବରଗଡ ବନଖଣ୍ଡ ଭଟଲି ବନାଞ୍ଚଳ ବନବିଭାଗ କାର୍ଯ୍ୟାଳୟଠାରେ କିପରି ଭାବରେ ଆହତ ବାଘର ଉଦ୍ଧାର କରି ଜଙ୍ଗଳରେ ସୁରକ୍ଷିତ ଛାଡିବେ ତଥା ଲୋକମାନଙ୍କୁ କେମିତି ସୁରକ୍ଷା ଦେବେ ସେଥିପାଇଁ ଏକ ମକଡ୍ରିଲ ବା ନାଟ୍ୟ ରୂପାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରଗଡ ସହକାରୀ ବନ ସଂରକ୍ଷକ ଡକ୍ଟର ହରମୋହନ ରଥଙ୍କ ନିର୍ଦ୍ଧେଶକ୍ରମେ ଭଟଲି ବନାଞ୍ଚଳ ଅଧିକାରୀ ତଥା ସହକାରୀ ବନ ସଂରକ୍ଷକ ସୁବୋଧ କୁମାର ସାହୁଙ୍କ ତତ୍ୱାବଧାନରେ ଏକ ଜନ ସଚେତନତା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୌଣସି ବନ୍ୟଜନ୍ତୁ ଯେତେବେଳେ ଜନବସତି ଅଞ୍ଚଳକୁ ଚାଲିଆସେ ସେତେବେଳେ ତାକୁ କିପରି ଉଦ୍ଧାର କରି ଜଙ୍ଗଳରେ ସୁରକ୍ଷିତ ଛାଡିବେ ତଥା ଲୋକମାନଙ୍କୁ ସେହି ବନ୍ୟଜନ୍ତୁ ଠାରୁ କେମିତି ସୁରକ୍ଷା ଦେବେ ଏହି ମକଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ କିଶୋର ବାଗ ନାମକ ଜଣେ ବନକର୍ମଚାରୀ ଗୋଟିଏ ଆହତ କଲରାପତରିଆ ବାଘ ଭଳି ସୁସଜ୍ଜିତ ହୋଇଥିଲା ଏବଂ ତାକୁ ପରିକଳ୍ପିତ ତ୍ରାଙ୍କୁଲାଇଜର୍ କରାଯାଇ ତାହାର ଆଶୁ ଚିକିତ୍ସା ପୂର୍ବକ ଉଦ୍ଧାର କାର୍ଯ୍ୟକ୍ରମକୁ ନେଇ ଏକ ନାଟ୍ୟ ରୂପାନ୍ତର କରାଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଆର୍ ଆର୍ ଟି ମୁଖ୍ୟ ବନପାଳ ରାଜେନ୍ଦ୍ର କୁମାତ ସିଂ, ବନପାଳ ପର୍ଶୁରାମ ବେହେରା, ଫରେଷ୍ଟଗାର୍ଡ ଗୟାଧର ଭୁଏ, ଫରେଷ୍ଟଗାର୍ଡ ମନୋରଞ୍ଜନ ବାରିକ, ଶୁଭମ ନାଏକ, ନିଳମଣୀ ବରିହା, ସୌଦାଗର ମେହେର ତଥା ବନ ବିଭାଗର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । ଏହି ମକଡ୍ରିଲ କାର୍ଯ୍ୟକ୍ରମୁ ଦେଖିବା ପାଇଁ ବହୁତ ଲୋକଙ୍କ ସମାଗମ ହୋଇଥିଲା ।