ଅତାବିରା ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠ ଉଦଘାଟିତ

ଅତାବିରା , ୧୧। ୧୦(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଳକ ପରିସରରେ ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ଅଭିଯୋଗ ପ୍ରକୋଷ୍ଠ ଗୁରୁବାର ଶୁଭାରମ୍ଭ କରାଯାଇଛି। ଶୁଭାରମ୍ଭ ବେଳେ ବିଧାୟକ ଶ୍ରୀ ମହାନନ୍ଦ, ବିଜେପି କାର୍ଯ୍ଯକାରିଣୀ ସଦସ୍ଯ ମିଳନ ସେଠ, ବିଜେପି ଜିଲ୍ଲାର ସାଧାରଣ ସଂପାଦକ କୁଶ କୁମ୍ଭାର ମିଳିତ ଭାବେ ଫିତା କାଟି ଉଦଘାଟନ କରିଥିଲେ। ଏଥିରେ ମଣ୍ଡଳସ୍ତରୀୟ, ପଂଚାୟତ କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ବ୍ଳକ ଅଫିସ ପରିସରରେ ଏହି ପ୍ରକୋଷ୍ଠ ହୋଇଥିବା ବେଳେ ସାଧାରଣ ଲୋକେ ନିଜ ନିଜର ଆପତ୍ତି, ଅଭଯୋଗ ଜଣାଇ ପାରିବେ ବିଧାୟକ ଶ୍ରୀ ମହାନନ୍ଦ ବୋଲି କହିଛନ୍ତି ।