ଅତାବିରା ତିହାର ଲୋକ ମହୋତ୍ସବରେ ଦୁଲକିଲା ଦୁର୍ଯ୍ୟୋଧନ ମଞ୍ଚ

0

ଅତାବିରା , 11/10(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ତିହାର ଲୋକ ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ହେଉଥିବା ଲୋକ ମହୋତ୍ସବ ତିହାର ର ୧୪ ତମ ସଂସ୍କରଣ ଗୁରୁବାର ରାତ୍ରି 10ଟାରେ ଉଦଘାଟିତ ହୋଇଯାଇଛି l ଅତାବିରା ବସଷ୍ଟାଣ୍ଡ ପାଖ ମୀନାର ବନ୍ଧ ପଡ଼ା ରେ ଥିବା ଲୋକମଞ୍ଚ ପଡ଼ିଆ ରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ତିହାର ଲୋକ ମହୋତ୍ସବ ସମିତି ର ସଭାପତି ତଥା ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଙ୍କ ସଭାପତିତ୍ବ ଓ ସଂଯୋଜକ ରବି ନାରାୟଣ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତାବିରା ଦୁର୍ଗାପୂଜା କମିଟିର ସଭାପତି ସୁରେନ୍ଦ୍ର ସ୍ୱାଇଁ, ସମ୍ପାଦକ ବି. ବି. ଚୌଧୁରୀ, ସଙ୍ଗୀତ ନିର୍ଦ୍ଧେଶକ ଗୁରୁ ରଞ୍ଜନ ସାହୁ, ସାହିତ୍ୟିକ , କବି ତଥା ଲେଖକ ରୋହିତ କୁମାର ଦାଶ ପ୍ରମୁଖ ମଞ୍ଚାସିନ ଥିଲେ l

ଏହି ଅବସରରେ ପଶ୍ଚିମ ଓଡ଼ିଶା ର ଲୋକ କଳା, ଲୋକ ସଙ୍ଗୀତ , ଲୋକ ବାଦ୍ୟ, ଲୋକସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁର ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ଗୁରୁ ରଞ୍ଜନ ସାହୁ ଙ୍କୁ ସ୍ବର୍ଗତ ମିତ୍ରଭାନୁ ବିଶ୍ଵାଳ ସ୍ମୃତି ସମ୍ମାନ

ଏବଂ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବରଗଡ ର ସାହିତ୍ୟିକ , କବି , ଲେଖକ ରୋହିତ କୁମାର ଦାଶ ଙ୍କୁ ସ୍ବର୍ଗତ ନାରାୟଣ ପୃଷେଠ ସ୍ମୃତି ସମ୍ମାନରେ ସଂମ୍ମାନିତ କରାଯାଇଥିଲା l

ଅତାବିରା ‘ତିହାର’ ଲୋକମହୋତ୍ସବ ଉଦଘାଟନୀ ଉତ୍ସବର ପ୍ରଥମ ରଜନୀରେ ସମ୍ବଲପୁର ଉକିଆ ସାଂସ୍କୃତିକ ଅନୁଷ୍ଠାନ, ଶତ୍ରୁଘ୍ନ ଷୋହଳ ଭର୍ଣି ସାଂସ୍କୃତିକ ଅନୁଷ୍ଠାନ, ବୋଧନ ସାଂସ୍କୃତିକ ଅନୁଷ୍ଠାନ, ପଞ୍ଚ ବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

ସେହିପରି ପଶ୍ଚିମ ଓଡ଼ିଶାର ଭାଷା, ଲୋକ ସଂସ୍କୃତି, ଲୋକ ଗୀତ, ଲୋକ ନୃତ୍ୟ ଓ ପରମ୍ପରା ମହାନ୍ ଏବଂ ଅନ୍ୟନ୍ୟ। ଏହା କାଳଜୟୀ ହୋଇ ରହିବା ସହ ଲୋକକଳା ପୂଜ୍ୟପୂଜାକୁ ସ୍ବିକୃତୀ ଦିଏ ବୋଲି ତିହାର ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଶୁକ୍ରବାର ଅତିଥି ଗଣ ମତବ୍ୟକ୍ତ କରିଥିଲେ।

ତିହାର ଲୋକ ମହୋତ୍ସବ ସମିତିର ସଭାପତି ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ବ ଓ ଆବାହକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅନ୍ୟତମ ଅତିଥି ଭାବରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୁଷଣ ମିଶ୍ର, ବରଗଡ଼ ମୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ସମିତିର ସଂପାଦକ ଅରବିନ୍ଦ ପାତ୍ର ଯୋଗ ଦେଇଥିଲେ। ପୂଜ୍ୟପୂଜା କ୍ରମରେ ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମର ସତ୍ଵାଧିକାରୀ ଜଳନ୍ଧର ପଟେଲଙ୍କୁ ସ୍ବର୍ଗତ ବସନ୍ତ କୁମାରୀ ପଣ୍ଡା ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭାରେ ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗୀରର ପଞ୍ଚମ ସାଂସ୍କୃତିକ ଅନୁଷ୍ଠାନ, ସୁବର୍ଣ୍ଣପୁରର ପଏଁରୀ ସାଂସ୍କୃତିକ ଅନୁଷ୍ଠାନ, ମାଳକାନଗିରିର ବଣ୍ଡା ପ୍ରୀମିଟିଭ ଆଦିବାସୀ ନୃତ୍ୟ ଦଳ, ଅତାବିରାର ତିହାର କଳା ପରିଷଦର କଳାକାରମାନେ ନିଜର ଲୋକକଳା ପ୍ରଦର୍ଶନ କରିଥିଲେ। ବିଦ୍ୟୁତପ୍ରଭା ମିଶ୍ର, ଗଣେଶ ମେହେର, ଅଲିଶା ମିଶ୍ର ଓ ଶ୍ରିତି ଆଚାର୍ଯ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

 


Leave a Reply

Your email address will not be published. Required fields are marked *

error: Content is protected !!