ଧାନ କିଣାବିକା ନେଇ ଚାଷୀଙ୍କ ସହ ଅତାବିରା ବିଧାୟକଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 39;
ଅତାବିରା, 23/10(ସଂସ୍କୃତି ମିଡ଼ିଆ )- ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା ଅତାବିରା ଅଂଚଳରେ ଖୁବ ଶୀଘ୍ର ଧାନ ଅମଳ ହେବାକୁ ଯାଉଛି l ଏହାକୁ ଦୃଷ୍ଟିରେ ରଖି ବୁଧବାର ସନ୍ଧ୍ୟା ୬ ଟାରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଆହ୍ୱାନରେ ବରଗଡ଼ ଜିଲା ଅତାବିରା ବ୍ଲକ ସ୍ଥିତ ସମ୍ମିଳନୀ କକ୍ଷରେ ଅତାବିରା ଓ ଭେଡେନ ବ୍ଲକର ଚାଷୀଙ୍କୁ ନେଇ ଧାନ କିଣାବିକା ଉପରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ନୂଆଁ ସରକାର କିଭଳି ଚାଷୀଙ୍କଠାରୁ 31 ଶହ ଟଙ୍କାରେ ଧାନ କିଣିବ ଆଉ ସବୁ ଚାଷୀ କିଭଳି ଏଥିରୁ ଉପକୃତ ହୋଇ ପାରିବେ, ଅତାବିରା ନିୟନ୍ତ୍ରିତ ବଜାର କମିଟିର ଗୋଡ଼ଭଗା, ଖରମୁଣ୍ଡା, ଚିଚିଣ୍ଡା ଆଦି ବିଭିନ୍ନ ମାର୍କେଟ ୟାର୍ଡରେ ଚାଷୀଙ୍କ ଅମଳ ହୋଇ ବିକ୍ରି ପାଇଁ ଆସିଥିବା ଧାନ ରଖିବାକୁ ଅଭାବ ଥିବା ପ୍ରଯ୍ୟାପ୍ତ ଭିର୍ତ୍ତିଭୂମିକୁ କିଭଳି ସମାଧାନ କରାଯିବ, ଚାଷୀଙ୍କ ପ୍ରମୁଖ ସମସ୍ୟା ଥିବା ଖାଲି ବସ୍ତା କିଭଳି ପାଇ ପାରିବେ, ଟୋକନ ବ୍ୟବସ୍ଥାକୁ ହଟାଯାଉ ନଚେତ ଚାଷୀର ଧାନ ବିକ୍ରି ସମାପ୍ତ ହେବା ଯାଏଁ ଏହାର ଅବଧି ବଜାୟ ରଖିବା, ଶୁଣିବାକୁ ମିଳୁଥିବା ନୂତନ ଯାନ୍ତ୍ରିକ ଯନ୍ତ୍ରପାତି ଗ୍ରାଇଣ ଏନଳାଇଜର ଆଶା ଆଶଙ୍କା ଉପରେ ଚାଷୀ ସଚେତନତାର ଆବଶ୍ୟକତା, ଧାନ ଶୁଖାଇବା ଯନ୍ତ୍ର ଡ୍ରାଇ କୁ ସବସିଡି ବ୍ୟବସ୍ଥା କରିବା,ଧାନ ପରିବହନରେ ଟ୍ରାକ୍ଟର ଆଦି ଗାଡିମୋଟର ର କାଗଜପତ୍ର ଉପରେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସହ ଆଲୋଚନା, ମଣ୍ଡି କମିଟୀ ଗଠନର ଆବଶ୍ୟକତା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଚାଷୀଙ୍କ ଦାବିକୁ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସମୀକ୍ଷା କରିଥିଲେ l ଆସନ୍ତା ଜିଲାସ୍ତରୀୟ ଧାନ କିଣାବିକା ବୈଠକରେ ଚାଷୀମାନଙ୍କ ଦାବୀ ଉପରେ ବିଚାର କରାଯିବାକୁ ଏବଂ ଆବଶ୍ୟକ ପଡିଲେ ବିଧାନସଭାରେ ଚାଷୀଙ୍କ ହକ ଉପରେ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସହ କିଭଳି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେନେଇ ଉପସ୍ଥାପନ କରିବାକୁ ଅତାବିରା ବିଧାୟକ ମହାନନ୍ଦ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ l ଏହି ବୈଠକରେ ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ରମଣୀ ଦନ୍ତା, ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, କୁବେର ପ୍ରଧାନ, ତ୍ରିଲୋଚନ ନାୟକ, ଶଙ୍କର ପ୍ରଧାନ, ଏସ ଭି ସଂକ୍ରାନ୍ତି ରାଓ, ବି ପାପା ରାଓ, ଦଶରଥ ଭୋଇ, ସୁବାଷ ବିଶ୍ୱାଳ, ଭୁବନ ପ୍ରଧାନ, ନରେନ୍ଦ୍ର ପ୍ରଧାନ,ହୃଦାନନ୍ଦ ପାତ୍ର ଓ ଭେଡେନ ବ୍ଲକର ନନ୍ଦିଘୋଷ ମିଶ୍ର, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ସୁବ୍ରତ ପ୍ରଧାନ, ଲୁକ ଦାଶ, କୁନା ପ୍ରଧାନ, ବିଜୟ ଲହରିଆ, ଚୂଡ଼ାମଣି ଛନ୍ଦ, ବୃନ୍ଦାବନ ସାହୁ, ନିର୍ମଳ ପ୍ରଧାନ, ଧର୍ମରାଜ ବିଶ୍ୱାଳ ପ୍ରମୁଖ ଚାଷୀ ଆଲୋଚନା ରେ ନିଜ ନିଜ ପ୍ରସ୍ତାବ ଆଗତ କରିଥିଲେ l ଏହି ବୈଠକ ରେ ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ l
(ପ୍ରସ୍ତୁତି ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )