ସୁରଭି ଭଳି କାର୍ଯ୍ୟକ୍ରମ ଲୋକକଳା ବଞ୍ଚାଇ ରଖିବାର ଉତ୍ତମ ମାଧ୍ୟମ / ଭଟଲି ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଟଲି,୨୩।୧୦ – (ସଂସ୍କୃତି ମିଡ଼ିଆ )-ସୁରଭି ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ରହିଥିବା ପ୍ରତିଭାକୁ ଉନ୍ମୋଚନ କରିବାର ପ୍ରକୃଷ୍ଠ ମାଧ୍ୟମ ହେବାସହିତ ବୁଡି ଯାଉଥିବା ଲୋକକଳା କୁ ପୁଣିଥରେ ସମସ୍ତଙ୍କ ସମ୍ମୁଖକୁ ଆଣିପାରିବ । ଏଭଳି ଉଦ୍ୟମ ପାଇଁ ପିଲାଙ୍କ ମଧ୍ୟରେ ଉତ୍ସାହ ବଢୁଛି । ଏହାସହିତ ଚଳିତ ବର୍ଷର ବିଷୟ ବସ୍ତୁ ଲୋକକଳା ଏଭଳି କାର୍ଯ୍ୟକ୍ରମ ଦ୍ବାରା ଆଗାମୀ ଭବିଷ୍ୟତ ପାଇଁ ତଥା ଯୁବାବର୍ଗ ପାଇଁ ଅଧିକରୁ ଅଧିକ ପ୍ରେରଣାଦାୟୀ ହୋଇପାରିବ । ବର୍ତ୍ତମାନ ସମାଜରେ ବିଭିନ୍ନ ପ୍ରକାର ଆଧୁନିକ ବାଦ୍ୟ ତଥା ବିଭିନ୍ନ ଆଧୁନିକ ଡ଼ାକବାଜି ଯନ୍ତ୍ର ଯୋଗୁ ସମାଜ କଳୁଷିତ ହେବାରେ ଲାଗିଥିବାବେଳେ ସୁରଭି ସେଥିପାଇଁ ନିଶ୍ଚିତ ଭାବେ ପ୍ରତିବନ୍ଧକ ସାଜି ପାରିବ ବୋଲି ବୁଧବାର ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅବସରରେ ମତ ପ୍ରକାଶ ପାଇଛି । ଏହି ଅବସରରେ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଭଟଲି ବ୍ଲକ୍ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ, କମଗାଁ ସମିତିସଭ୍ୟା ଭାରତୀ ବେହେରା, ସରପଞ୍ଚ ପ୍ରତିନିଧି ଦୁଷ୍ମନ୍ତ ମହାପାତ୍ର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଶ୍ରୀ ମହାନ୍ତି, ସଂଚାର ବାଦକ ଅଲେଖ ସାହୁ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲାବଣ୍ୟବତୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନିହାର ରଞ୍ଜନ ବେହେରା ପ୍ରମୁଖ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କନିଷ୍ଠ, ବରିଷ୍ଠ (ମାଧ୍ୟମିକ) ଓ ବରିଷ୍ଠ (ଉଚ୍ଚ ମାଧ୍ୟମିକ) ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ସଂଚାର ବାଦକ ଅଲେଖ ସାହୁଙ୍କ ଦ୍ଵାରା ସଂଚାର କଳା ପରିବେଷଣ କରାଯାଇଥିବାବେଳେ କୁଲିତାପାଲି ଗ୍ରାମର ମା ଅମ୍ବିକା ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ନିଜ କଳା ପରିବେଷଣ କରିଥିଲେ । ଏହାପରେ ପ୍ରସିଦ୍ଧ ସଂଚାର ବାଦକ ଅଲେଖ ସାହୁ ଓ ଅମ୍ବିକା ସାଂସ୍କୃତିକ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବ୍ଲକର ୧୧ ଟି କ୍ଲଷ୍ଟରର ନୃତ୍ୟଦଳ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରାୟଶୋଭା ସେବାଶ୍ରମ ର ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିବାବେଳେ ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ଦ୍ଵିତୀୟ ଓ ହାତୀସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରୀ ବିଦ୍ୟାଳୟରେ ପାଠପଢ଼ାକୁ ଉନ୍ନତ ଧରଣର ପାଠ୍ୟକ୍ରମ ବୋଲି ବର୍ଣ୍ଣିତ କରିବସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂସ୍କାର ଧର୍ମି ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରି ଭଲ ମଣିଷ ରୂପୀ ମଣିଷଟିଏ ଗଠନ କରିବାକୁ ଆହ୍ବାନ ଦେଇଥିଲେ । ଏହାସହିତ ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟା ଅତି ଉନ୍ନତ ମାନର ହୋଇଥିବାରୁ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ । ଏହି ଉଦଯାପନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଶ୍ରୀ ମହାନ୍ତି, ଶିକ୍ଷକ ପ୍ରଶିକ୍ଷକ ଜନକ ସେଠ୍, ରଶ୍ମିତା ସୁନା ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲାବଣ୍ୟବତୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ନେତ୍ରାନନ୍ଦ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିକ୍ଷକ କୈଳାଶ ଚନ୍ଦ୍ର ଦାଶ, ବୈରାଗୀ ସାହୁ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ପ୍ଲାନିଂ ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁ ଏବଂ ବିଦ୍ୟାଳୟର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସାଧନ ସଂଯୋଜକ ସୁଶାନ୍ତ ସୁନା, ଲୋକନାଥ ମେହେର, ଶୁକୃ ଗର୍ଡିଆ, ଜୟରାଜ୍ ନାଏକ, ରୋହିତ ମହାନନ୍ଦ, ସୁଦାମ ସାହୁ, ସୁଜିତ ନନ୍ଦ, ସନନ୍ଦ ସାହୁ, ବିରେନ୍ଦ୍ର ପାଣ୍ଡେ, ସଞ୍ଜୟ ସାହୁ, ଗୁପ୍ତ ଚନ୍ଦ୍ର ରାୟଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀଙ୍କ ସମେତ ବିଦ୍ୟାଳୟ କମିଟି ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ନେତ୍ରାନନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।