ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା ସଭା

0

ଅତାବିରା, 27/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡ଼ବାଡି ସ୍ଥିତ ମା ମାହେଶ୍ୱରୀ ମନ୍ଦିର ଠାରେ ରବିବାର କୁବେର ମହାକୁରଙ୍କ ସଭାପତିତ୍ୱରେ ମାଁ ମାହେଶ୍ୱରୀ ସେନା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମାହେଶ୍ୱରୀ ମନ୍ଦିରରେ ମା ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇ ବୈଠକ ଆରମ୍ଭ କରାଯାଇଥିଲା l ପ୍ରତୁଲ କୁମାର କର୍ଣ୍ଣ ସ୍ୱାଗତ ଭାଷଣ ଦେବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଚଳିତ ଓଡିଶା ଲୋକସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପୋଡ଼ବାଡି ଗାଁର ଡୁମାଲ ଜାତିର ସୁଶାନ୍ତ ମହାକୁର ଓ କମଳା ମହାକୁରଙ୍କର ସୁପୁତ୍ର ଅଭୟ କୁମାର ମହାକୁରଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା l ଅଭୟ ମହାକୁରଙ୍କୁ ଆଗାମୀ ଦିନରେ ଓଡିଶା ପ୍ରଶାସନିକ ସେବାରେ ଯୋଗଦାନ ପୂର୍ବକ ଲୋକଙ୍କ ସେବା କରିବା ସହ ଡୁମାଲ ଜାତିର ଗୌରବ ରଖିବା ପାଇଁ ଉପସ୍ଥିତ ଅତିଥି ବୃନ୍ଦ ପରାମର୍ଶ ଓ ମାଁ ମାହେଶ୍ୱରୀ ସେନା ତରଫରୁ ଅନୁରୋଧ କରାଯାଇଥିଲା l ଓଡିଶା ଲୋକସେବା ପରୀକ୍ଷାରେ ଡୁମାଲ ଜାତିରୁ ଅଭୟ କୁମାର ମହାକୁର ଉତ୍ତୀର୍ଣ୍ଣ ହୋଇଥିବାରୁ ଉପସ୍ଥିତ ଅତିଥି ଓ ଜାତିଭାଇମାନେ ସମାଜ ପାଇଁ ଗର୍ବ ଓ ସମ୍ମାନର କଥା ବୋଲି ମତପ୍ରକାଶ କରିବା ସହ ଭବିଷ୍ୟତରେ ତାଙ୍କର ଉତ୍ତରୋତ୍ତର ଉନ୍ନତି ଓ ସଫଳତା ପାଇଁ ମା ମାହେଶ୍ୱରୀଙ୍କ ଠାରେ ପ୍ରାର୍ଥନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଗାଁର ଗୌନ୍ତିଆ ଶାଖା କୁମାର ମିଶ୍ର, ଶାକ୍ତ କବି ପଦ୍ମନ କର୍ଣ୍ଣ, ପୋଡ଼ବାଡି କେନ୍ଦ୍ରରୁ କୃଷ୍ଣଚନ୍ଦ୍ର ମହାକୁର, ଲୋକନାଥ କ୍ଷେତି, ଜୀବର୍ଧନ କ୍ଷେତି, ମନ୍ଦିରର ସେବାୟତ ବୃନ୍ଦ, ଗମ୍ଭାରୀପାଲି କେନ୍ଦ୍ର ସଭାପତି ପ୍ରେମରାଜ କମ୍ପ, ସନ୍ତୋଷ ମହାକୁର, ମାଁ ମାହେଶ୍ୱରୀ ସେନାର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ନିଜ ନିଜର ମତ ବ୍ୟକ୍ତ କରିଥିଲେ l ଶେଷରେ ଘନଶ୍ୟାମ କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!