ଓଡିଆ ମାତୃଭାଷାର ଅସ୍ମିତା ପାଇଁ ଲାରମ୍ଭାରେ ଶୋଭାଯାତ୍ରା

0

ଅତାବିରା , 28/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ନୈାସେନା ତରଫରୁ ଓଡିଆ ମାତୃଭାଷାର ଅସ୍ମିତା ଉପରେ ଏକ ଶୋଭାଯାତ୍ରା ସୋମବାର କଲେଜ ପରିସରରୁ ଆରମ୍ଭ ହୋଇଥିଲା । ଶୋଭାଯାତ୍ରାକୁ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଉଦଘାଟନ କରିଥିବା ବେଳେ ନୈାସେନା ଅଧିକାରୀ ସରୋଜ କୁମାର ନାୟକ ପରିଚାଳନା କରିଥିଲେ । ଓଡଆ ଭାଷାରେ ସରକାରୀ ଚିଠିପତ୍ର, ଫଳକ ଗୁଡିକରେ ନାମଲେଖା ଇତ୍ୟାଦି ଲୋକ ଲୋଚନକୁ ଅଣାଯାଇଥିଲା । ଶୋଭାଯାତ୍ରାରେ ତତ୍ ବିଷୟକୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏହା ପରେପରେ ଦୁର୍ନୀତି ନିବାରଣ ସପ୍ତାହ ଉପରେ ଏକ ଆଲୋଚନା ହୋଇ ଶପଥ ପାଠ କରାଯାଇଥିଲା । ଏଥିରେ ପ୍ରାଧ୍ୟାପକ ଅଶୋକ ମହାନ୍ତି ,ଅଧ୍ୟାପକ ପ୍ରଦୀପ ପଣ୍ଡା, ପବିତ୍ର ମାହାଣା ଡଃ ଅଜିତ କୁମାର ନାଥ, ଯଶୋବନ୍ତୀ ସା, ଚୂଳାରାଜ ମେହେର, ଶିଶିର ସାହୁ ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!