ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା // ଶୁକ୍ରବାର ଫାଇନାଲ

0

ଅତାବିରା,31/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଗୁରୁବାର ଚତୁର୍ଥ ଦିବସରେ ଖେଳରେ ତାଳଚେର ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛି l

ଗୁରୁବାର ଅନୁଷ୍ଠିତ ଚତୁର୍ଥ ଦିନର ପ୍ରଥମ ମ୍ୟାଚ ଏମ୍ ସି ସି ସମ୍ବଲପୁର ଏବଂ ଗୋଡଭଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ୪୨ ରନ୍ ରେ ବିଜୟୀ ହୋଇଥିଲା l ଶିଶିର ମହାରଣାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା l ସେହିପରି ଦ୍ୱିତୀୟ ମ୍ୟାଚ ସି ଆର୍ ଏନ୍ ତାଳଚେର ଏବଂ ତୁଷରା ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇ ତାଳଚେର ୫ ୱିକେଟରେ ବିଜୟୀ ହୋଇଥିଲା l ଦଳର ରାକେଶଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷତ କରାଯାଇଥିଲା l ଚତୁର୍ଥ କ୍ୱାଟର ଫାଇନାଲ୍ ସମ୍ବଲପୁର ଏବଂ ତାଳଚେର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତାଳଚେର ଦଳ ସମ୍ବଲପୁରକୁ ୬ୱିକେଟରେ ହରାଇ ଚତୁର୍ଥ ଦଳ ଭାବେ ସେମି ଫାଇନାଲକୁ ଉନ୍ନୀତ ହୋଇଛି l ଦଳର ଶ୍ରୀନିବାସ ପ୍ରଧାନଙ୍କୁ
ମ୍ୟାନ୍ ଅଫ ଦି ମ୍ୟାଚ୍ ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା l ଆସନ୍ତାକାଲି ସେମିଫାଇନାଲରେ ଭଦ୍ରକ ଭୁବନେଶ୍ୱରକୁ ପ୍ରଥମ ମ୍ୟାଚ ରେ ସାମ୍ନା କରିବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ବଲାଙ୍ଗୀର ତାଳଚେର କୁ ସାମ୍ନା କରିବ l ଉଭୟ ମ୍ୟାଚର ବିଜେତା ଦଳ ଦ୍ବୟକୁ ନେଇ ବହୁ ପ୍ରତିକ୍ଷିତ ୫ମ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଏହି ଖେଳ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ଦେଇ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l
ଗୁରୁବାର ଅମ୍ପାୟାର ଭାବେ ମନୋହର ବାଗ, ବିକାଶ ବାରିକ, ଅବିନାଶ ପ୍ରଧାନ, ଆଶିଷ ପ୍ରଧାନ ଏବଂ ସିଧାସଳଖ ୟୁଟ୍ୟୁବ ଲାଇଫ ସୁରଥ ଦାଶ ଙ୍କ ସହ ରିଙ୍କୁ ପ୍ରଧାନ ଓ ମଣ୍ଟୁ ବାରିକ ଧାରାବିବରଣୀ ପ୍ରଦାନ କରିଥିଲେ l ଆୟୋଜକ ଅତାବିରା ରୟାଲ ଷ୍ଟ୍ରାଇକର ପରିଚାଳନା କମିଟି ସଦସ୍ୟ ଧୀରଜ ସୁନା, ଚିକୁ ପଧାନ, ପ୍ରକାଶ ନାୟକ, ପ୍ରଭାକର, ଆଗ୍ନେସ ନାୟକ, ଉମେଶ ବାବୁ, ଜୟ ବାରିକ, ବିନୟ ପଧାନ, ଦୀନବନ୍ଧୁ ସାହୁ, ଟିଂକୁ ସାହୁ, ବଣ୍ଟି ପଧାନ, ଚିନା ବାବୁ, ଗୌରୀ ବାବୁ ,ସଂଜୟ ବାବୁ ,ଜିତୁ ବାବୁ , ପ୍ରେମା ବେହେରା, ଆଶିଷ ବାବୁ , କିରଣ ପଧାନ ପ୍ରମୁଖ ସହଯୋଗ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!