ଅତାବିରାରେ ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା// ସିଦ୍ଧି ଏକାଦଶ ସୋନପୁର ଚମ୍ପିୟାନ

ଅତାବିରା,1/11(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଶୁକ୍ରବାର ଦୁଇଟି ସେମି ଫାଇନାଲ ସହ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଗ୍ରାଣ୍ଡ ଫାଇନାଲରେ ସିଦ୍ଧି ସୋନପୁର ଦଳ ପ୍ରତିଯୋଗିତାରେ ରାଜ୍ୟସ୍ତରୀୟ ଚମ୍ପିୟାନ ହୋଇଛି l
ଶୁକ୍ରବାର ଅନୁଷ୍ଠିତ ପଞ୍ଚମ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚ ୟୁନିଟ୍-୯ ଭୁବନେଶ୍ବର ଏବଂ ସିଦ୍ଧି ଏକାଦଶ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସିଦ୍ଧି ଏକାଦଶ ସୋନପୁର 8 ୱିକେଟ ରେ ଜିତି ଫାଇନାଲ୍ କୁ ପ୍ରବେଶ ଥିଲା l ରାଜା କୁସୁମଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା l ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ସି ଆର୍ ଏନ୍ ତାଳଚେର ଏବଂ ଏମ୍ ଏସ୍ ଟି ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇ ତାଳଚେର 10 ୱିକେଟରେ ବିଜୟୀ ହୋଇ ଫାଇନାଲକୁ ପାଦ ଦେଇଥିଲା l ଦଳର ଅସ୍ଲମ୍ ଖାନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷତ କରାଯାଇଥିଲା l ଗ୍ରାଣ୍ଡ ଫାଇନାଲ ସି ଆର୍ ଏନ୍-ଏକାଦଶ ତାଳଚେର ଏବଂ ସିଦ୍ଧି ଏକାଦଶ ସୋନପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ସୋନପୁର ଦଳ 4 ରନ୍ ରେ ଜିତି ପ୍ରତିଯୋଗିତାର ଚାମ୍ପିଅନ୍ ଘୋଷିତ ହୋଇଥିଲା l ଫାଇନାଲ ମ୍ୟାଚଟି ବେଶ ରୋମାଞ୍ଚକର ତଥା ସଂଘର୍ଷ ପୂର୍ଣ୍ଣ ଥିଲା l ସିଦ୍ଧି ଏକାଦଶ ସୋନପୁରର ଅଲ୍ ରାଉଣ୍ଡର ୧୨ ବଲ୍ ରେ ୪୩ ରନ୍ କରି ୨ ଓଭର୍ ରେ ୪ ଟି ୱିକେଟ ନେଇଥିବା ରମେଶ ମେଲକାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସହ ମ୍ୟାନ୍ ଅଫ ଦି ସିରିଜ୍ ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା l ସେହିପରି ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ରାକେଶ ଜେନା (ସିଦ୍ଧି-11),
ବେଷ୍ଟ ବୋଲର୍ ଭାବେ ବିଶ୍ୱରଞ୍ଜନ ସାହୁ(ସିଦ୍ଧି-11), ବେଷ୍ଟ ଫିଲ୍ଡର ଭାବେ ଅତାବିରା ମର୍ଣ୍ଣିଂ ଟିମ୍ ର ସଂଜୟ ସୁନାଙ୍କୁ ସଂମ୍ମାନିତ କରାଯାଇଥିଲା l ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଅବସରପ୍ରାପ୍ତ ବରିଷ୍ଠ ଖେଳ ଶିକ୍ଷକ ଲବ ସାହୁ ଏବଂ ଖେଳ ପ୍ରେମୀ ପ୍ରାର୍ଥ ସାରଥୀ ପଣ୍ଡା ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ସୋନପୁର ଓ ରନର୍ସ ଅଫ ତାଳଚେର ଦଳକୁ ଟ୍ରଫି ଓ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l
ଏହି ଖେଳ ଦେଖିବା ପାଇଁ ବହୁ ଦର୍ଶକଙ୍କ ପ୍ରବଳ ସମାଗମ ହୋଇଥିଲା l ଏହାକୁ ଦୃଷ୍ଟିରେ ଦେଇ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l ଶୁକ୍ରବାର ଅମ୍ପାୟାର ଭାବେ ମନୋହର ବାଗ, ସନାତନ ସାହୁ ଏବଂ ସିଧାସଳଖ ୟୁଟ୍ୟୁବ ଲାଇଫ ସୁରଥ ଦାଶ ଙ୍କ ସହ ରିଙ୍କୁ ପ୍ରଧାନ ଓ ମଣ୍ଟୁ ବାରିକ ଧାରାବିବରଣୀ ପ୍ରଦାନ କରିଥିଲେ l ଆୟୋଜକ ଅତାବିରା ରୟାଲ ଷ୍ଟ୍ରାଇକର ପରିଚାଳନା କମିଟି ସଦସ୍ୟ ଧୀରଜ ସୁନା, ଚିକୁ ପଧାନ, ପ୍ରକାଶ ନାୟକ, ପ୍ରଭାକର, ସଚିନ ମହାଲିଙ୍ଗ, ଆଗ୍ନେସ ନାୟକ, ଉମେଶ, ଜୟ ବାରିକ, ବିନୟ ପଧାନ, ଦୀନବନ୍ଧୁ ସାହୁ,ଟିଂକୁ ସାହୁ, ବଣ୍ଟି ପଧାନ,ବିକାଶ ବାରିକ, ଚିନା, ଗୌରୀ ,ସଂଜୟ ,ଜିତୁ, ପ୍ରେମା ବେହେରା, ଆଶିଷ , କିରଣ ପଧାନ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l