*ଜନ କଲ୍ୟାଣ ସେବା ଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳିତ*// *ଶହେ ଜଣ ବହୁମୁଖି ପ୍ରତିଭା ସମ୍ମାନିତ*

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 44;


ବରଗଡ଼, 5/11-(ସଂସ୍କୃତି ମିଡ଼ିଆ):- ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ମଙ୍ଗଳବାର ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ମୁଖ୍ୟ ବକ୍ତା ସମାଜ ସେବୀ ପ୍ରିତମ ସିଂ, ସମ୍ମାନିତ ଅତିଥି ଶ୍ରୀମତୀ ଅଞ୍ଜନା ଦାଶ,ବରଗଡ଼ ପୌରଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଇଥାନେଲ ପ୍ଲାଣ୍ଟ ର ଏଜିଏମ୍ ରଶ୍ମି ରଂଜନ ରାଉତ୍,ଶିକ୍ଷକ ଭରତ ସରାଫ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ର 19 ବର୍ଷର ସଫଳତା ବିଷୟରେ ଗୁଣଗାନ କରିଥିଲେ। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ପରିଚାଳନା କରିଥିବା ବେଳେ ସମ୍ପାଦକ ମନୀଷ ଶର୍ମା ବିବରଣୀ ପାଠ କରିଥିଲେ l କାର୍ଯ୍ୟକ୍ରମ ରେ ଉଦ୍ଘୋଷକ୍ ଭାବରେ ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ, ଅଙ୍କିତ କୁମାର ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ ।ଏହି ପରିପ୍ରେକ୍ଷିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୁବ ପ୍ରତିଭା ମାନଙ୍କୁ ମାନ ପାତ୍ର ଓ ଉପଢୌକାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏହା ସହିତ ଆଜୀବନ ସଦସ୍ୟ ଭାବରେ 10ଜଣ ସଂସ୍ଥାର ସଦସ୍ୟତା ଗ୍ରହଣ କରିଥିଲେ l ଏହାପରେ କୁନି କୁନି ପିଲା ମାନଙ୍କ ତରଫରୁ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ସହିତ ରାଜେଶ ବାରିକ ଓ ଗ୍ରୁପ ତରଫରୁ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମରେ ପରେଶ୍ କୁମାର ମେହେର,ବୃନ୍ଦାବନ ବେହେରା,ଶିବାନନ୍ଦ ମଟାରୀ,ରାଜକୁମାର ବନଛୋର , ବରୁଣ ଚକ୍ରବର୍ତ୍ତୀ,ସୁଜିତ୍ ଦାଶ,ଡଃ ଅଜିତ ବାରିକ,ଶ୍ୟାମ ମେହେର,ମାନସ ରଂଜନ ସାହୁ, ଚନ୍ଦ୍ରକାନ୍ତ ସାହୁ,ପାୟଲ ପାତ୍ର, ବାସମତି ବନଛୋର, ବର୍ଷା ରାଣୀ ସରାଫ,ତପସ୍ଵିନୀ ସାହୁ,କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ,ଶେଷରେ ଡଃ ଅଜିତ କୁମାର ନାଥ ଧନ୍ୟବାଦ୍ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!