ଅତାବିରାରେ ସହାୟତା ଉପକରଣ ବଣ୍ଟନ ଶିବିର

0

ଅତାବିରା , 4/11(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କୁ ସହାୟତା ଉପକରଣ ବଣ୍ଟନ ଶିବିର ସୋମବାର ଅନୁଷ୍ଠିତ ହୋଇ ଯାଇଅଛି । ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବଣ୍ଟନ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ତପନ କୁମାର ଦାସ, ବରଗଡ଼ ଜିଲ୍ଲା ଅନ୍ତର୍ନୀବେଶୀ ଶିକ୍ଷା ସଂଯୋଜକ ରାଜେଶ କୁମାର ଦାଶ, କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର ଭୋଇ, ବି.ଆର୍.ଟି. ସାଇସୁଧା ପାଢ଼ୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପ୍ରଧାନୀ ମଞ୍ଚାସିନ ଥିଲେ । ଏହି ଶିବିରରେ ୫୨ ଜଣ ଭିନ୍ନ ଭିନ୍ନ ଭିନ୍ନକ୍ଷମ ଛାତ୍ରୀଛାତ୍ର ମାନଙ୍କୁ ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର ବଣ୍ଟନ କରାଯିବା ସହ ତାର ଉପଯୁକ୍ତ ଯତ୍ନ ଓ ବ୍ୟବହାର ପାଇଁ ଅଭିଭାବକ ଅଭିଭାବିକା ମାନଙ୍କୁ ପରାମର୍ଶ ଦିଆଯାଇ ଥିଲା । ଏହି ଶିବିରରେ ଅନ୍ତର୍ନୀବେଶୀ ସ୍ବେଚ୍ଛାସେବୀ ଶାନ୍ତନୁ ଧରୁଆ, ଲକ୍ଷ୍ମୀ ନାରାୟଣ ପାତ୍ର, ମୀନା କାଣ୍ଡି, ରୋଜି ବାରିକ ଏବଂ ସି.ଆର.ସି.ସି. ନୃପ ଭୋଇ, ନନ୍ଦିଘୋଷ ଭୁଏ, ରାଜୀବ ବିଶ୍ଵାଳ, ଧରମ ନାଏକ, ତ୍ରିଲୋଚନ ସେଠ୍, ରଞ୍ଜନ ବାଗ, କୃତାର୍ଥ ଚନ୍ଦ୍ର ଭୁଏ, କିଚକ ସୁନା, ରଶ୍ମିରାଣୀ ନନ୍ଦ,କେଶବ ଛନ୍ଦ ପ୍ରମୁଖ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!