ଅତାବିରା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି

0

ଅତାବିରା , 8/11(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ସ୍ଥାନୀୟ ପ୍ରଧାନ ଶିକ୍ଷକ ମନୋଜ ହରିପାଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ମଞ୍ଚାସିନ ଥିଲେ। ବୈଠକରେ ଅତାବିରା ବ୍ଳକ୍ ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦାନ କରିଥିଲେ । ବୈଠକରେ ଅତାବିରା ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଆସନ୍ତା ତା ୧୩-୧୧-୨୦୨୪ ରିଖ ଲହଣ୍ଡା ଉଚ୍ଚ ବିଦ୍ୟାଳୟ ରେ କରିବା ପାଇଁ ସ୍ଥିର କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁସାରେ ବିଜ୍ଞାନ ପ୍ରକଳ୍ପ ପ୍ରତି ବିଦ୍ୟାଳୟରୁ ଆଣିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେବା ସହ ଅନଲାଇନ୍ ପଞ୍ଜୀକରଣ ପାଇଁ କହିଥିଲେ । ଏହି କାର୍ଯକ୍ରମ ଟିକୁ ସଫଳତାର ସହ ଆୟୋଜନ କରିବା ପାଇଁ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା,ସନ୍ତୋଷ କର,ପ୍ରମୋଦ ମେହେର,ଯାଦବ ପ୍ରଧାନ,ସ୍ନିଗ୍ଧାରାଣୀ ପଣ୍ଡା,ବିଜ୍ଞାନ ଶିକ୍ଷକ ଧରମରାଜ ପ୍ରଧାନ, ସି.ଆର. ସି.ସି. ନନ୍ଦିଘୋଷ ଭୁଏ,ତ୍ରିଲୋଚନ ସେଠ୍, ଶିକ୍ଷକ ଧର୍ମେନ୍ଦ୍ର ପତି ,ତ୍ରିଲୋଚନ ଖମାରୀ ପ୍ରମୁଖ ସୁମତାମତ ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!