15 ନଭେମ୍ବର ସୁଦ୍ଧା ମିଗ ଜୋମ ଜନିତ ବୀମା ଏବଂ ଇନପୁଟ ସବସିଟି ନ ମିଳିଲେ 18ରୁ ଅନିର୍ଦ୍ଧିଷ୍ଟକାଳ ଯାଏଁ ରେଳରୋକ

ବରଗଡ଼, 12/11(ସଂସ୍କୃତି ମିଡ଼ିଆ )-ବରଗଡ଼ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ଏବଂ ଉତ୍ତର ପୂର୍ବ ରେଳ ବିଭାଗ କୁ ଲିଖିତ ଭାବେ 15 ନଭେମ୍ବର ସୁଦ୍ଧା ମିଗ ଜୋମ ଜନିତ ବୀମା ଏବଂ ଇନପୁଟ ସବସିଟି ନ ଦେଲେ ରେଳ ରୋକ କରାଯିବ ବୋଲି ଲିଖିତ ଭାବେ ଜଣାଇଛନ୍ତି । 15 ନଭେମ୍ବର ସୁଦ୍ଧା ମିଗ ଜୋମ ଜନିତ ବୀମା ଏବଂ ଇନପୁଟ ସବସିଟି ନ ମିଳିଲେ 18ରୁ ଅନିର୍ଦ୍ଧିଷ୍ଟକାଳ ଯାଏଁ ରେଳରୋକ କରାଯିବ ବୋଲି ରୋକଠୋକ ଶୁଣାଇଛନ୍ତି ସଂଗଠନର କର୍ମକର୍ତ୍ତା l ସଂଗଠନର ଉପଦେଷ୍ଟା ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ସୁବ୍ରତ ପଧାନ, ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ,ଭୁବନ ପଧାନ,ଦିବାକର ପଧାନ , ସୁରେନ ସାହୁ ଏବଂ ସୁରେଶ ନିକେଣ୍ଟି ଦାବିପତ୍ର ଦେଲା ବେଳେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ବରଗଡ଼ ଜିଲାରେ ଗତ 2023 ମସିହା ଡିସେମ୍ବର ମାସ 6,7,8 ତାରିଖ ଦିନ ମିଗ ଜୋମ ଜନିତ ବର୍ଷା କାରଣ ରୁ ପ୍ରଚୁର ପରିମାଣରେ ଧାନ ଫସଲ ନଷ୍ଟ ହୋଇଥିଲା। ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ କ୍ଷେତ କ୍ଷେତ ବୁଲି 41 ହଜାର ହେକ୍ଟର ଜମି 33% ରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଥିବା ଜିଲ୍ଲାପାଳ ଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ମଧ୍ୟ ଇନପୁଟ ସବସିଟି ବାବଦ କୁ 58 କୋଟି ଟଙ୍କା କ୍ଷତିପୂରଣ ଦାବୀ କରି ଉପରସ୍ତ ଅଧିକାରୀକୁ ଜଣାଇଥିଲେ। କିନ୍ତୁ କାହିଁକି ଏବଂ କିପରି ଭାବେ ମାତ୍ର 400 ଶହ ହେକ୍ଟର ଜମିର 45 ଲକ୍ଷ ଟଙ୍କା କ୍ଷତି ପୂରଣ ଜିଲ୍ଲାବାସୀ ପାଇଛନ୍ତି କାହାକୁ ଜଣା ନାହିଁ ?
ଫସଲ ବୀମା ମଧ୍ୟ କ୍ଷତିଗ୍ରସ୍ତ ଚାଷୀ ପାଇବାରୁ ବଞ୍ଚିତ ଜିଲ୍ଲାପାଳ ଙ୍କ ସହିତ ଦୁଇଥର ଆଲୋଚନା,ଅତିରିକ୍ତ ଜିଲ୍ଲାପାଳ ଙ୍କ ସହିତ ତିନିଥର ଆଲୋଚନା,ମୁଖ୍ୟ ଜିଲ୍ଲା କୃଷି କାର୍ଯ୍ୟାଳୟ 15 ଦିନ ତଲା ବନ୍ଦ, ଅତାବିରା ତହସିଲ କାର୍ଯ୍ୟାଳୟ ବନ୍ଦ, ଭେଡେନ ବ୍ଲକ ତହସିଲ ଅଫିଲ 10 ଦିନ ତାଲା ବନ୍ଦ ଆନ୍ଦୋଳନ, ବରପାଲି ତହସିଲ ରେ ଦାବିପତ୍ର ପ୍ରଦାନ,ଅନେକ ସମୟରେ ଦାବିପତ୍ର ଦିଆଯାଇଛି ,12 ଶହ ଚାଷୀ ରିଳାଏନ୍ସ କମ୍ପାନୀ ବିରୋଧ ରେ ବରପାଲି, ଅତାବିରା, ବରଗଡ଼ ସମେତ ଭେଡେନ ବ୍ଲକ କେଶ କରିଥିଲେ, ଏପରିକି ରବି କ୍ରଫ କଟିଙ୍ଗ ମଧ୍ୟ କରି ଦିଆଯାଇ ନାହିଁ ଏତେ କାର୍ଯ୍ୟକ୍ରମ କରିବା ସତ୍ୱେ ମଧ୍ୟ ସୁ-ଫଳ ନ ମିଳିବାରୁ ବାଧ୍ୟ ହୋଇ ରେଳ ରୋକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଅତିରିକ୍ତ ଆରକ୍ଷ ଅଧିକାରୀ ଶ୍ରୀ ତପନ ମହାନ୍ତି ଙ୍କ ହସ୍ତକ୍ଷେପ ଓ ଅନୁରୋଧ କ୍ରମେ ଏବଂ ନିର୍ବାଚନ ଆଚାର ସଂହିତା ଲାଗୁ ହୋଇଥିବାରୁ ଆମେ ମଧ୍ୟ୍ୟ ବିଚାର କରି ରେଳ ରୋକ କାର୍ଯ୍ୟକ୍ରମ ବାତିଲ କରିଥିଲୁ ଏବଂ ଆଶା କରିଥିଲୁ ଯେ ନିଶ୍ଚିତ ଭାବେ କମ୍ପାନୀ ର ଚାଲବାଜି କୁ ବୁଝି କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବେ। ଏବଂ ଆହୁରୀ ମଧ୍ୟ HDFC Argo ବୀମା କମ୍ପାନୀ ବିଗତ ବର୍ଷ ମାନଙ୍କର ଶହ ଶହ ଚାଷୀଙ୍କ ବୀମା କ୍ଷତିପୂରଣ ଟଙ୍କା ବର୍ତ୍ତମାନ ସୁଦ୍ଧା ଦେଇ ନାହାଁନ୍ତି ଏଣୁ ଇତି ମଧ୍ୟରେ କ୍ଷତିପୁରଣ ପାଇବାର ସମୟ 10 ମାସ ବିତିଯାଇଛି ଏବଂ ସରକାର ମଧ୍ୟ ପରିବର୍ତ୍ତନ ହୋଇଛି କିନ୍ତୁ ଆମେ କ୍ଷତିଗ୍ରସ୍ତ ଚାଷୀ କ୍ଷତି ପୂରଣ ପାଇବାରୁ ରୁ ବଞ୍ଚିତ ହୋଇଥିବାରୁ ବାଧ୍ୟ ହୋଇ ଆସନ୍ତା 18 ନଭେମ୍ବର 24 ଦିନ ସୋମବାର 10 ଘଣ୍ଟା ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳ ଅବରୋଧ କରିବା ନିଷ୍ପତ୍ତି ନେଇଛୁ। କାହାକୁ ହଇରାଣ କରିବା ଆମର ଉଦେଶ୍ୟ ନୁହେଁ ଏଣୁ ଆମର ଗୋଟିଏ ଦାବୀ 15 ନଭେମ୍ବର ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀ ସମସ୍ତ ଙ୍କୁ ବୀମା ଓ ଇନପୁଟ କ୍ଷତିପୂରଣ ଦେଇଦେବା ପାଇଁ ପୂଣି ଥରେ ଅନୁରୋଧ କରୁଛୁ। ଯଦି ରେଳ ରୋକ କାର୍ଯ୍ୟକ୍ରମ ରେ କିଛି ଅପ୍ରୀତିକ ଘଟଣା ଘଟେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟି ରହିବେ।
ଆମ କୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଥିବାରୁ ଆମେ ଗଣତାନ୍ତ୍ରିକ, ଅହିଂସାତ୍ମକ, ଶାନ୍ତି ଶୃଙ୍ଖଳା ରକ୍ଷକରି ଆମର ହକ ଅଧିକାର ପାଇଁ ରେଳ ରୋକ କାର୍ଯ୍ୟକ୍ରମ କରିବା ଯଥେଷ୍ଟ ପୂର୍ବରୁ ଆପଣ ଙ୍କୁ ଲିଖିତ ଭାବରେ ଜଣାଇ ଦେଲୁ। ଆଶା କରୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ଉଚିତ ପଦକ୍ଷେପ ନେବେ ବୋଲି ଆମର ବିଶ୍ୱାସ ବୋଲି ସ୍ମାରକ ପତ୍ର ରେ ଉଲେଖ କରିଛନ୍ତି।