ଲହଣ୍ଡାରେ ଅତାବିରା ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

0

ଅତାବିରା , 13/11(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ବିଶିଷ୍ଟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ମୂଖ୍ୟ ଅତିଥି ରୂପେ ଭିସୁଟ ବୁର୍ଲା ର ରସାୟନ ବିଜ୍ଞାନ ପ୍ରଫେସର ଶରତ କୁମାର ସ୍ବାଇଁ,ସମ୍ମାନୀତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରଜ୍ ପଟ୍ଟନାୟକ, ଏ.ବି.ଇ.ଓ. କାର୍ତ୍ତିକ ବାଗ ଏବଂ ତପନ କୁମାର ଦାସ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ଼.ସ୍ନିଗ୍ଧାରାଣୀ ପଣ୍ଡା, ବିଦ୍ୟାଳୟ ଚେୟାରମେନ ଗୋପାଳ ସାହୁ, ଲହଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅର୍ଜୁନ ନାଏକ, ସମିତିସଭ୍ୟ ଦୁର୍ଲଭ ଭୋସାଗର ମଞ୍ଚାସିନ ଥିଲେ । ଏହି ବ୍ଲକ୍ ସ୍ତରୀୟ ପ୍ରଦର୍ଶନୀ ରେ ସର୍ବକନିଷ୍ଠ ବିଭାଗରେ ଅଣଞ୍ଚାଶ ଟି ଏବଂ କନିଷ୍ଠ ଓ ବରିଷ୍ଠ ବିଭାଗରୁ ପଞ୍ଚାନବେ ଟି ସମୁଦାୟ ଏକଶହ ଚୌରାଲିଶି ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

ଏହି ଅବସରରେ ହୋଇଥିବା ଆଲୋଚନା ଚକ୍ର ରେ ମୁଖ୍ୟବକ୍ତା ପ୍ରଫେସର ଶରତ କୁମାର ସ୍ବାଇଁ ଆଲୋଚ୍ୟ ପ୍ରସଙ୍ଗର କୃତ୍ରିମ ବୁଦ୍ଧିମତ୍ତା – ଶିକ୍ଷା କ୍ଷେତ୍ରରେ ଏହାର ପ୍ରାସଙ୍ଗିକତା ଓ ପ୍ରଯୋଜନୀୟତା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଉପସ୍ଥିତ ସମସ୍ତ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚେୟାରମେନ ବନମାଳି ବରିହା,ସମ୍ମାନୀତ ଅତିଥି ରୂପେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଶିକ୍ଷାପ୍ରେମୀ ଦୟାସାଗର ମେଣ୍ଡଳି,ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ମଞ୍ଚାସୀନ ଥିଲେ । ବିଚାରକ ଭାବେ ସଞ୍ଜୟ କୁମାର ଖମାରୀ,ଅନିଲ ସ୍ୱାବନ୍ତ,ନନ୍ଦିନୀ ପ୍ରଧାନ,ପ୍ରଦୀପ କୁମାର ମିଶ୍ର,ବନ୍ଦିତା ପ୍ରଧାନ,ଟଙ୍କଧର ପ୍ରଧାନ ଯୋଗଦାନ କରିଥିଲେ । ସର୍ବ କନିଷ୍ଠ ବିଭାଗରେ ପତ୍ରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରିୟଙ୍କା ଚନ୍ଦନ ପ୍ରଥମ , ବରିଷ୍ଠ ବିଭାଗ ରେ ସାତୋଟି ଉପ ବିଷୟ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପ ର ଶୁଭ ମେହେର,ଅତାବିରା ଉଚ୍ଚ ବିଦ୍ୟାଳୟ ର ନୃସିଂହ ବାରଡ଼ା,ଜନତା ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା ର ପ୍ରାଚୀ ରଣା, ଦୁଲମପୁର ଜାଗୃତି ଉଚ୍ଚ ବିଦ୍ୟାଳୟ ର ଅନୁସିକା ସାହୁ,ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ର ସ୍ନେହାରାଣୀ ପ୍ରଧାନ,ସ୍ବାମୀ ବିବେକାନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟ କୁଲୁଣ୍ଡାର ସନମ କୁମ୍ଭାର ସାତ ଜଣ କୁନି ବୈଜ୍ଞାନିକ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସି.ଆର.ସି.ସି. ରାଜୀବ ବିଶ୍ଵାଳ, ନନ୍ଦିଘୋଷ ଭୁଏ,ନୃପ ଭୋଇ, କିଚକ ସୁନା,ଧରମ ନାଏକ,ରଞ୍ଜନ ବାଗ, କୃତାର୍ଥ ଚନ୍ଦ୍ର ଭୁଏ,ଜୟଦେବ ନାଏକ,ସିତାପତି ପ୍ରଧାନ,କେଶବ ଛନ୍ଦ, ଋଷୁଭ ପଣ୍ଡା, ବିଜ୍ଞାନ ଶିକ୍ଷକ ଧରମରାଜ ପ୍ରଧାନ, ସତ୍ୟବାନ୍ ସାହୁ,ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ,ହିମାଂଶୁ ଶେଖର ସାହୁ, ସୁଦୀପ ରଥ, ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର,ଚିତ୍ତରଞ୍ଜନ ମେହେର ଶିକ୍ଷକ ବଳରାମ ସାହୁ,ମହେଶ ପଧାନ, ଜ୍ୟୋତିର୍ମୟ ସାହୁ, ଆନନ୍ଦ ତ୍ରିପାଠୀ, କେ ସନ୍ତୋଷ ଆଚାରି,ବିଶ୍ଵଦେବ ପ୍ରଧାନ, ଯୋଗେଶ ସାହୁ, ତୁଳସୀ ଭୁଏ,ଅନାମିକା ପାଣିଗ୍ରାହୀ,ତନ୍ମୟୀ ସା, ତନୁଜା ପାଢ଼ୀ, ଚିତ୍ତରଞ୍ଜନ ସାହୁ, କଲ୍ୟାଣୀ ସାମନ୍ତ,ରତ୍ନମାଳା ସାହୁ ତଥା କୃପାସିନ୍ଧୁ ପ୍ରଧାନ, ସମ୍ଭୁଦତ୍ତ ନାଏକ ସହଯୋଗ କରିଥିଲେ ।ବାଲମୁକୁନ୍ଦ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ୍ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!