ବିଜ୍ଞାନର ଜନକ ଆମେ ପ୍ରୟୋଗ କର୍ତ୍ତା ମଧ୍ୟ ଆମେ // ଭଟଲିରେ ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ : ୧୮୪ ପ୍ରକଲ୍ପ ପ୍ରଦର୍ଶିତ”

0

ଭଟଲି, 13/11(ସଂସ୍କୃତି ମିଡ଼ିଆ )-ଜୀବନର ପ୍ରତିକ୍ଷଣରେ ବିଜ୍ଞାନ । ବିଜ୍ଞାନ ହିଁ ମଣିଷକୁ ସଫଳତାର ବାଟ ଦେଖାଏ । ସାଂପ୍ରତିକ ପରିସ୍ଥିତିରେ ବିଜ୍ଞାନ ଆମକୁ ଏଭଳି ସ୍ଥିତିରେ ପହଞ୍ଚାଇଛି ଯେଭଳି ବିନା ବିଜ୍ଞାନରେ ଆମର ସ୍ଥିତି ଅସମ୍ଭବ । ବିଜ୍ଞାନର ଜନକ ଆମେ ଓ ପ୍ରୟୋଗକର୍ତ୍ତା ମଧ୍ୟ ଆମେ । ବର୍ତ୍ତମାନ ଯୁଗରେ ବିଜ୍ଞାନର ସଦୁପୋଯୋଗ କରିବା ନିତାନ୍ତ ଆବଶ୍ଯକ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଏହି କୁନିକୁନି ବୈଜ୍ଞାନିକଙ୍କ ପ୍ରକଳ୍ପ ଆଗମୀ ଦିନରେ ଆମର ପଥ ପ୍ରଦର୍ଶକ ହୋଇପାରିବ ଓ ଏମାନେ ହିଁ ଦେଶର ପ୍ରଗତିରେ ସହାୟକ ହେବେ ବୋଲି ବରଗଡ଼ ଜିଲ୍ଲା ଭଟଲି ବ୍ଳକର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଭଟଲି ପରିସରରେ ବୁଧବାର ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ମତପ୍ରକାଶ ପାଇଛି । ଭଟଲି ଗୋଷ୍ଠି ଶିକ୍ଷାଧିକାରୀ ସରୋଜ କୁମାର ଭୁଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଭଟଲି ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା.ପ୍ରଣବ ପାଣିଗ୍ରାହୀ,ଭଟଲି ଗୋଷ୍ଠୀ କୃଷି ଅଧିକାରୀ ଯୋଗଦାନ କରି ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିବାବେଳେ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।

ସେହିପରି ନେତ୍ରାନନ୍ଦ ମେହେର ମଞ୍ଚ ପରିଚାଳନା କରିଥିବାବେଳେ ଭଟଲି ବ୍ଲକ୍ ବିଜ୍ଞାନ ମଞ୍ଚର ସାଧାରଣ ସମ୍ପାଦକ ଉପେନ୍ଦ୍ର ଖମାରୀ ସ୍ବାଗତ ଭାଷଣ କରିଥିବାବେଳେ ଏବିଇଓ ଜୟଶ୍ରୀ ମହାନ୍ତି ଉଦ୍ଦେଶ୍ୟ ଜ୍ଞାପନ ଓ ପ୍ରଧାନଶିକ୍ଷକ ଶ୍ରବଣ ସାହୁ ଉଦ୍‌ଘାଟନୀ ସଭାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଦର୍ଶନୀରେ ୭ଟି ବିଭାଗରେ ମୋଟ ୧୮୨ଟି ପ୍ରକଳ୍ପ ସ୍ଥାନ ପାଇଥିବାବେଳେ ଶିକ୍ଷକ ଝସକେତନ ସାହୁ, ଜିତେନ୍ଦ୍ରିୟ ହୋତା, ସଞ୍ଜୀବ ସାହୁ, ଅନିଲ କୁମାର ସାହୁ, ବିକାଶ ବାଘେଲ,ସୁରେଖା ସେଠ୍ ,ଭବାନୀ ଶଙ୍କର ପ୍ରଧାନ ଏବଂ କୁମୁଦ ଚନ୍ଦ୍ର ସାହୁ ପ୍ରମୁଖ ବିଚାରକ ଦାୟିତ୍ୱ ତୁଳାଇଥିଲେ । ଏହି ପ୍ରଦର୍ଶନୀରେ ସମ୍ବଳ ପରିଚାଳନା ବିଭାଗରେ ସୁରଜ ମେହେର, ବର୍ଜ୍ୟବସ୍ତୁ ପରିଚାଳନା ବିଭାଗରେ ଶାନ୍ତି ଡନସନା, ଗାଣିତିକ ମଡେଲ ଓ ଗଣନକ ଚିନ୍ତାଧାରା ବିଭାଗରେ ଅଙ୍କିତା ମିଶ୍ର, ବିପର୍ଯ୍ୟୟ ପରିଚାଳନା ବିଭାଗରେ ତୃପ୍ତିମୟୀ ପ୍ରଧାନ, ପ୍ରାକୃତିକ କୃଷି ବିଭାଗରେ ସୁରଜ ସାହୁ, ପରିବହନ ଓ ଯୋଗାଯୋଗ ବିଭାଗରେ ଆସ୍ଥା ନାଏକ, ଖାଦ୍ୟ ସ୍ଵାସ୍ଥ୍ୟ ଓ ସ୍ଵାସ୍ଥ୍ୟରକ୍ଷା ବିଭାଗରେ ଡିଲେଶ୍ୱର ବାରିକ ପ୍ରମୁଖ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ସେହିପରି ପ୍ରାଥମିକ ସ୍ତରରେ ଶିଶୁ ବୈଜ୍ଞାନିକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ କେଶାଇପାଲିର ବୃତ୍ତିମୟୀ ବାରିକ, ନିବେଦିତା ପବ୍ଳିକ ସ୍କୁଲର ଅମୀୟ ପ୍ରସାଦ ବାରିକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁନିପାଲିର ଆୟୁଷ ମେହେର ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଗୁଡିଆର ପୁଷ୍ପାଞ୍ଜଳି ବାଗ, ଓଡିଶା ଆଦର୍ଶ ବିଦ୍ୟାଳୟ ଭଟଲିର ଲିପ୍ସା ପଣ୍ଡା, ସିମାନ୍ତ ଉଚ୍ଚ ବିଦ୍ୟାଳୟ ବିଛୁଆଁର ସୁଦେଷ୍ନା ପଧାନ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ପରେ ବିଇଓ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜା ବେହେରା ମୁଖ୍ଯ ଅତିଥି,ଏବିଡିଓ ଜ୍ୟୋତ୍ସ୍ନାରାଣୀ ଗଡତିଆ, ତରାକନା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ମନୋଜ କୁମାର ସାହୁ,ଏବିଇଓ ଜୟଶ୍ରୀ ମହାନ୍ତି ଏବଂ ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟର ଭଟଲିର ପ୍ରଧାନଶିକ୍ଷକ ଶ୍ରବଣ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତେଜାଗୋଲାର ପ୍ରଧାନଶିକ୍ଷକ ଦେବାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ର ସମସ୍ତ ସିଆରସିସି ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!