ସୋହେଲାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ସୋହେଲା, 12/11(ସଂସ୍କୃତି ମିଡ଼ିଆ )-ଆଜି ବିଜୁ ଜନତା ଦଳ ର ଭଟଲି ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ମାନ୍ୟବର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନେତୃତ୍ୱରେ ସୋହେଲାଠାରେ ୧୦ ହଜାର ରୁ ଉର୍ଦ୍ଧ୍ବ ଜନତାଙ୍କ ଏକ ବିଶାଳ ” ଜନ ସଂପର୍କ ପଦଯାତ୍ରା” କାର୍ଯ୍ୟକ୍ରମ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଥିଲା।। ଲୋକଙ୍କ ସମାଗମ ରୁ ଜଣାପଡେ ଯେ ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କ ଲୋକ ପ୍ରିୟତା ଜନ ମାନସରେ ରହିଛି l ଏଣୁ ଏବେ ବି ସେ ପଶ୍ଚିମ ଓଡ଼ିଶାର କିଙ୍ଗ ଅଟନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l
ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ , ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଶାନ୍ତ ମହାପାତ୍ର ଯୋଗ ଦେଇଥିଲେ।। ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବିଜେଡି ନେତା ଶ୍ରୀ ସୁଶାନ୍ତ ମିଶ୍ର,ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ରାଜ୍ୟ ଦଳୀୟ ସାଧାରଣ ସମ୍ପାଦକ ଶ୍ରୀ ରାଜୁ ଘିବେଲା, କାର୍ଯ୍ୟକ୍ରମ ର ପରିଚାଳକ ଶ୍ରୀ ସୁବ୍ରତ କୁମାର ବେହେରା,ଭଟଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁଆନ, ସୋହେଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ, ଭଟଲି ବ୍ଲକ୍ ବିଜେଡି ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ୍ ବିଜେଡି ସଭାପତି ଶ୍ରୀ ରଘୁନାଥ ପଟେଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ୍ ବରିହା, ବରିଷ୍ଠ ବିଜେଡି ନେତା ଶ୍ରୀ ସରୋଜ ମହାପାତ୍ର,ବରିଷ୍ଠ ବିଜେଡି ନେତା ଶ୍ରୀ ଗୌର ହରି ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ବୃନ୍ଦ ଶ୍ରୀମତୀ କଳ୍ପନା ମାଝୀ, ଶ୍ରୀମତୀ ରୋଜୀ ନାଏକ, ଶ୍ରୀମତୀ ମିତା ବିଶି,ଶ୍ରୀମତୀ ଜାଇଫୁଲ ସିଂ ବରିହା, ଶ୍ରୀମତୀ ଭାରତୀ ଭୁଏ,ଶ୍ରୀ ଈଶ୍ୱର ଚନ୍ଦ୍ର ସାହୁ, ଶ୍ରୀ ଗଣତନ୍ତ୍ର ପ୍ରଧାନ, ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ଶ୍ରୀ ଦୟାନିଧି ପଟେଲ,ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଜିଲ୍ଲା ଯୁବ ଛାତ୍ର ସଭାପତି ଶ୍ରୀ କରନ୍ ସିକନ୍ଦର, ଶ୍ରୀ କାର୍ତ୍ତିକ ବାରିକ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।